ରାଜନୀତି ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମହେଶ ସାହୁ Angul OnlineJuly 23, 2021July 23, 2021 ଅନୁଗୁଳ – ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଜୟରାମ ଗଡ଼କରୀଙ୍କୁ ପାର୍ଲ୍ୟାମେଣ୍ଟ କାର୍ଯ୍ୟାଳୟରେ ସ୍ୱଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଜାତୀୟ ରାଜପଥ – ୫୩ , ୫୫ , ଓ ୧୪୯ ର ଉନ୍ନତିକରଣ ଓ ଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ଦାବୀ ପତ୍ର ଦେବା ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ , ଯେଉଁ ଅଞ୍ଚଳ ଦେଇ ରାଜପଥ ପ୍ରାଧୀକରଣର କାର୍ଯ୍ୟ ତ୍ୱରାନ୍ୱିତ ହେଉଅଛି ସେହି ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ବିଭାଗୀୟ ଅଧିକାରୀ ଓ ଠିକାଦାର ଯେଉଁ ପ୍ରତିଶୃତି ଦେଉଛନ୍ତି ତାହାର ଏକ ପ୍ରତିଶତ ମଧ୍ୟ ପାଳନ କରୁନାହାଁନ୍ତି ବୋଲି ସାଂସଦ ମନ୍ତ୍ରୀଙ୍କ ନିକଟରେ ଉତଥାପନ କରିଥିଲେ । ସାଂସଦ ଯେତେବେଳେ ସେହି ଅଞ୍ଚଳ ଗୁଡିକୁ ଗସ୍ତ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଜାତୀୟ ରାଜପଥର କାର୍ଯ୍ୟ ନିମ୍ନ ମାନର ହେଉଛି । ଯେଉଁ ଆନୁସାଙ୍ଗିକ ସାମଗ୍ରୀ ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର କରୁଛନ୍ତି , ସେଥିରେ ସରକାରଙ୍କର ସମସ୍ତ ନିୟମ ଖୁଲମଖୁଲା ଉଲଙ୍ଘନ କରୁଛନ୍ତି । ସେଥପାଇଁ ମାନ୍ୟବର ସାଂସଦ , ଭାରତ ସରକାରଙ୍କର ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତୀନ ଜୟରାମ ଗଡକାରୀଙ୍କୁ ସାକ୍ଷାତ କରିବା ସହିତ ନିଜର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସବୁ ଦିଗରେ ଧ୍ୟାନ ଦେଇ ଏହାର ସୁ ସମାଧାନ ପାଇଁ ସାଂସଦ ମହେଶ ସାହୁ ଆଲୋଚନା କରିଥିଲେ । ପୂର୍ବ ଦିନରେ ସାଂସଦ ଜାତୀୟ ରାଜପଥ ନିର୍ମାଣରେ ସିଥିଳତା , ନିମ୍ନମାନର କାର୍ଯ୍ୟ ଓ ବାରମ୍ବାର ଦୁର୍ଘଟଣା କୁ ପ୍ରତିହତ ପାଇଁ ଉଭୟ ଅନୁଗୋଳ – ଢେଙ୍କାନାଳ ଜିଲ୍ଲାରେ ୨ ଘଣ୍ଟିଆ ପ୍ରତିକାତ୍ମକ ଅବରୋଧ କରିଥିଲେ । ପରବର୍ତ୍ତୀ ସମୟରେ ୫୩ , ୫୫ , ଓ ୧୪୯ ନମ୍ବର ଜାତୀୟ ରାଜପଥ କେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୁର୍ଣ ହେଉ ଓ ଜାତୀୟ ରାଜପଥ ପ୍ରଧୀକରଣ ନିୟମକୁ ଯେଉଁ ଖୋଲାଖୋଲି ଉଲଙ୍ଘନ ହେଉଛି ତାକୁ ଗୁରୁତ୍ତ୍ବ ଦିଆଯାଉ ବୋଲି ଦାବୀ କରିଥିଲେ । ଏଥି ସହିତ ଜାତୀୟ ରାଜପଥ ପ୍ରଧୀକରଣର କାର୍ଯ୍ୟାଳୟ ଅନୁଗୁଳରେ ସ୍ଥାପନ ହେଉ ବୋଲି ସାଂସଦ ଦାବୀ କରିଛନ୍ତି । ସାଂସଦଙ୍କର ଏହିଭଳି କାର୍ଯ୍ୟକୁ ସ୍ଥାନୀୟ ସ୍ତରରେ ବୁଦ୍ଧିଜିବୀ ମହଲରେ ଦଳଗତ ନିର୍ବୀଶେଷରେ ପ୍ରଶଂସା କରିଥିବା ବେଳେ , ଅନୁଗୁଳର ପୂର୍ବତନ ନଗରପାଳ ଭକ୍ତି ପ୍ରଶାଦ ଦାସ , ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ , ଅନୁଗୁଳ ବ୍ଲକ ଉପାଧକ୍ଷା ମମତା ପ୍ରଧାନ , ବରିଷ୍ଠ ନେତା ରଞ୍ଜନ ସାହୁ , ଗଦାଧର ସାହୁ ତଥା ଉଭୟ ଜିଲ୍ଲାର ବହୁ ସାମାଜିକ ସଙ୍ଗଠନ ମାନଙ୍କ ତରଫରୁ ସାଂସଦଙ୍କୁ ସମର୍ଥନ ଜଣାଇଛନ୍ତି । Advertisement
ହଜାର ହଜାର ସମର୍ଥକଙ୍କ ସହ ପଦ୍ମ ଧରିଲେ ସଞ୍ଜୀବ ଭୁବନେଶ୍ୱର – ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ନିଜର ହଜାର ହଜାର ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି…
କେନ୍ଦ୍ର ବଜେଟ – ୨୦୨୬ କୁ ନେଇ ବିଜେପିର ସମ୍ବାଦିକ ସମ୍ମିଳନୀ – ଚଳିତ ବଜେଟ ବିକଶିତ ଭାରତର ସହ ବିକଶିତ ଓଡ଼ିଶାର ରୋଡମ୍ୟାପ ଅନୁଗୁଳ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୨୬–୨୦୨୭ ଆର୍ଥିକ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟରେ ଚାଷୀ,…
ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅନୁଗୋଳ – ଆଧୁନିକ ଓଡ଼ିଆ ଯୁଗର ଖାରବେଳ, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ…