ପାର୍ଲିଆମେଣ୍ଟରେ ତାଳଚେର ସାର କାରଖାନାରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦାବି କଲେ ସାଂସଦ ରୁଦ୍ର ନାରାୟଣ

ତାଳଚେର – ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ଶୁକ୍ରବାର ତାଳଚେର ସାର କାରଖାନା ପ୍ରସଙ୍ଗ ଉଥାପନ କରିଛନ୍ତି । ତାଳଚେର ସାର କାରଖାନା ୭୦ ଦଶକରୁ ପ୍ରତିଷ୍ଠା ହୋଇ ପରିଚାଳନା ଗତ ତ୍ରୁଟି ଯୋଗୁଁ ବନ୍ଦ ହୋଇଥିଲା । ୨୦୦୪ ରେ ରାଜ୍ୟସଭା ସଦସ୍ୟ ଥିବା ବେଳେ ପାର୍ଲିଆମେଣ୍ଟରେ ମାଡ୍ରାସ ଫର୍ଟିଲାଇଜର ପ୍ରସଙ୍ଗରେ ଆଲୋଚନା ବେଳେ ସେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ପ୍ରସଙ୍ଗ ରେ ଦାବୀ ଉପସ୍ଥାପନ କରିଥିଲେ । ପରେ ଅନେକ ବାର ତାଳଚେର ସାର କାରଖାନା ପୁନଃ ସ୍ଥାପନ ପାଇଁ ସଂସଦରେ ଦାବୀ ଉପସ୍ଥାପନ କରିଥିଲେ ।

ପରବର୍ତୀ ସମୟରେ କେନ୍ଦ୍ରରେ ମୋଦି ସରକାର ୨୦୧୪ ରେ ଆସିବା ପରେ କେନ୍ଦ୍ର ସରକାରଙ୍କର ରାଷ୍ଟ୍ରୀୟ ଉଦ୍ୟାଗ କୋଲ ଇଣ୍ଡିଆ, ଆର ସି ଏଫ, ଓ ଗେଲର ମିଳିତ ଭାବେ ତାଳଚେର ଫର୍ଟିଲାଇଜର ଲିମିଟେଡ଼ ନାମରେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଚିନ୍ତନ କରାଯାଇଥିଲା । ତତ୍କାଳୀନ ସାର ରସାୟନ ମନ୍ତ୍ରୀ ଅନନ୍ତ କୁମାର ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ସେପ୍ଟେମ୍ବର ୨୨ ରେ ଟିଏଫଏଲ ପ୍ଲାଣ୍ଟ ର ଶୁଭ ଶିଳାନ୍ୟାସ କରିଥିଲେ | ୨୦୨୧-୨୨ ମସିହାରେ ଉକ୍ତ ପ୍ଲାଣ୍ଟ ସମ୍ପୂର୍ଣ ହୋଇ କାର୍ଯ୍ୟକ୍ଷମ ହେବା ପାଇଁ ସେ ସମୟରେ କୁହାଯାଇଥିଲା । ଭିନ୍ନ ଭିନ୍ନ କାରଣ ପାଇଁ ଉକ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ନେଇ ଡେରି ହୋଇ ଚାଲିଛି । ଏଥିପାଇଁ ଜେପି ନଡ୍ଡାଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ବହୁବାର ଉକ୍ତ ପ୍ଲାଣ୍ଟ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ ଉପସ୍ଥାପନ କରି ଆସିଛନ୍ତି । ଏଣୁ ବର୍ଷେ ମଧ୍ୟରେ ଟି ଏଫ ଏଲ ପ୍ଲାଣ୍ଟ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ ଉପସ୍ଥାପନ କରିଛନ୍ତି ସାଂସଦ ପାଣି । ଏହା ସହ ତାଳଚେର ସାର କାରଖାନାରେ ପୂର୍ବରୁ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କର ପରିବାର ସଦସ୍ୟ ତଥା କ୍ଷତିଗ୍ରସ୍ତଙ୍କୁ ଟି ଏଫ ଏଲ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ସାଂସଦ ପାର୍ଲିଆମେଣ୍ଟ ରେ ଦାବୀ କରିଛନ୍ତି । କେନ୍ଦ୍ରରେ ମୋଦି ସରକାର ସମ୍ବେଦନଶୀଳ ହୋଇ ଏହାକୁ ବିଚାର କରିବେ ବୋଲି ସାଂସଦ ଶ୍ରୀ ପାଣି ଲୋକସଭା ରେ ପ୍ରଶ୍ନ ଉଠାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page