Uncategorized ମଲଟି ଡିସିପ୍ଲିନାରୀ ଟିମର ଚଢ଼ାଉ – ମଦ ଦୋକାନ , ହୋଟେଲ ସିଲ Angul OnlineOctober 10, 2022October 10, 2022 ଛେଣ୍ଡିପଦା – ଅନୁଗୁଳ ଉପ -ଜିଲାପାଳ ବୈତୁରା ଦୀପଙ୍କ ନିର୍ଦ୍ଦେଶରେ ସୋମବାର ମଲଟି ଡିସିପ୍ଲିନାରୀ ଟିମ ପକ୍ଷରୁ ଛେଣ୍ଡିପଦା ଅଞ୍ଚଳରେ ଥିବା ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ ଖଣିଜ ପଦାର୍ଥ ପରିବହନ ଆଦି ଗୁଡିକରେ ଚଢାଉ କରାଯାଇଥିଲା । ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା , ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ ,ଯୋଗାଣ ଅଧିକାରୀ ସ୍ବୟଂ ପ୍ରକାଶ ସ୍ବାଇଁ ,ଖାଦ୍ୟ ନିରାପତ୍ତା ଅଧିକାରୀ ହର ପ୍ରିୟା ବେହେରା , ଓଜନ ମାପ ବିଭାଗ ଅଧିକାରୀ ଚୋଳ ଗଙ୍ଗଦେବ କିଶାନ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିବା ବେଳେ କୋଶଳା ଅଞ୍ଚଳର ତାରିଣୀ ହୋଟେଲ ଓ ବିଶୁ ମିଠା ଦୋକାନ ଓ ସ୍ୱାଧୀନ ହୋଟେଲର ଫୁଡ଼ ଲାଇସେନ୍ସ ନଥିବା ଏବଂ ଅପରିଷ୍କାର ପରିବେଶ ଯୋଗୁଁ ଜୋରିମନା କରା ଯାଇଥିଲା । ତାରିଣୀ ହୋଟେଲକୁ ୫୫୦୦ ଟଙ୍କା ,ବିଶୁ ମିଠା ଦୋକାନକୁ ୧୦୦୦୦ ଟଙ୍କା , ହୋଟେଲ ସ୍ବାଧିନକୁ ୧୦୦୦୦ଟଙ୍କା ଜୋରିମନା କରିବା ସହ ତାଗିଦ କରା ଯାଇଥିଲା । ସେହିଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ଦାମୋଦର ପେଟ୍ରୋଲ ପମ୍ପକୁ ୧୦୦୦୦ଟଙ୍କା ,ତେଣ୍ଟୁଲୋଇ କୋଡାସାହି ଗୋପିନାଥପୁର ଠାରେ ଥିବା ସରଳିଆ ପେଟ୍ରୋଲ ପମ୍ପ ଠାରୁ ୩୦୦୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଛି । କୋଶଳା ଦୁର୍ଗାବଜାର ନିକଟରେ ଥିବା ବାଦଲ ହୋଟେଲରେ ଚଢାଉକରି ବିଭିନ୍ନ ଖାଦ୍ୟପଦାର୍ଥରେ ଅପମିଶ୍ରଣ ଓ ଅସ୍ବାସ୍ଥ୍ଯକର ପରିବେଶ ଥିବାରୁ ସିଲ କରାଯାଇଥିବା ବେଳେ ଛେଣ୍ଡିପଦାରେ ଥିବା ବିଦେଶୀ ମଦ ଦୋକାନ ନିର୍ଦ୍ଧାରିତ ମୁଲ୍ୟ ଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗରେ ଚଢାଉ କରିବା ସହିତ ଦୋକାନକୁ ସିଲ କରିଦିଆଯାଇଛି । ସେହିଭଳି ବେଆଇନ ଖଣିଜ ପଦାର୍ଥ ପରିବହନ କରୁଥିବା ଏକ ଚିପ୍ସ ବୋଝେଇ ଟିପରକୁ ୨୫ ହଜାର ଟଙ୍କା ଜୋରିମନା ଆଦାୟ କରା ଯାଇଛି । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ଜିଲ୍ଲାପାଳଙ୍କ ପ୍ରଶଂସା ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟରତ…
ଅନୁଗୁଳ କପ ୨୦୨୫ – କିଟ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ ୨୦୨୫ ଉଦଯାପିତ ହୋଇ ଯାଇଛି ।…
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…