ଅପରାଧ ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ Angul OnlineOctober 10, 2022October 10, 2022 ଅନୁଗୁଳ – ସାମାନ୍ୟ ବଚସାରୁ ଜଣେ ରାଜମିସ୍ତ୍ରୀଙ୍କୁ ହତ୍ୟା । ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଗ୍ରାମରେ ଘଟିଛି । ମୃତକ ଜଣଙ୍କ ପଞ୍ଚମହଲା ଗ୍ରାମର ମଦନ ଦେହୁରୀ ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ସେହି ଗ୍ରାମର ପ୍ରକାଶ ଭୋଇ ଫେରାର ହୋଇ ଯାଇଥିବା ବେଳେ ତାକୁ ଧରିବାକୁ ପୁଲିସ୍ ଚେଷ୍ଟା ଜାରି ରଖିଛି । ସୂଚନା ଅନୁସାରେ , ମୃତ ରାଜମିସ୍ତ୍ରୀ ମଦନ ଦେହୁରୀ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ସେ କାମକୁ ନଯାଇ ପ୍ରବଳ ମଦ୍ୟପାନ କରିଥିଲେ । ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ଗ୍ରାମର ପ୍ରକାଶ ଭୋଇଙ୍କୁ କୌଣସି କାରଣକୁ ନେଇ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପ୍ରକାଶ ରାଗି ଯାଇ ନିଶାଶକ୍ତ ମଦନଙ୍କୁ ମାଡ଼ ମାରିବା ସହ ଏକ ଧକ୍କା ମାରିଥିଲେ । ତାଙ୍କ ଧକ୍କାରେ ମଦନ ତଳେ ପଡି ଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମଦନଙ୍କ ପୁଅ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି । Advertisement
ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣେ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସଦର…
ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ…
ତଣ୍ଟି କାଟି ଓ ପଥରରେ ଛେଚି ହତ୍ୟା ପାଲଲହଡା – ତଣ୍ଟି କାଟି ଓ ପଥରରେ ଛେଚି ମହିଳାଙ୍କୁ ଜଘନ୍ୟ ହତ୍ୟା । ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା । ଏମିତି…