ଟଙ୍କା ପାଇଁ ପେଚକସ ଭୁଷି ହତ୍ୟା

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ନିକଟରେ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସ ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ , କିଛି ଦିନ ପୂର୍ବରୁ ହତ୍ୟାକାରୀ ଚଗଲା ଅମାନ୍ତ ମୃତକ ସନ୍ତୋଷ ମହାପାତ୍ରଙ୍କୁ ଏକ ଭୋଜିରେ ରୋଷେଇ କରିବାକୁ ଡାକି ନେଇଥିଲେ । ସେହି ଭୋଜିଠାରେ ଚଗଲା ଅମାନ୍ତଙ୍କର ୭ ହଜାର ୨୦୦ ଟଙ୍କା ଚୋରି ହୋଇଥିଲା । ସନ୍ତୋଷ ଟଙ୍କା ଚୋରାଇ ଆଣିଥିବା ଚଗଲା ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଜି ଉକ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ତାଳଚେର ଥାନା ନିକଟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ସମୟରେ ଉତ୍ତ୍ୟକ୍ତ ହୋଇ ଚଗଲା ଏକ ପେଚକସରେ ତାଙ୍କ ବେକକୁ ଆକ୍ରମଣ କରିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ସନ୍ତୋଷଙ୍କୁ ଉଦ୍ଧାର କରି ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଡାକ୍ତର ସେଠାରେ ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସନ୍ତୋଷଙ୍କୁ ଭୋଜି କରିବାକୁ ଡାକି ନେଇ ଚଗଲା ତାଙ୍କ ପଇସା ଦେଇନଥିବା ବେଳେ ମାଗିବାରୁ ସେ ଏଭଳି ହତ୍ୟା କାଣ୍ଡ ଘଟାଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page