ପୂର୍ବତନ ଜିଲ୍ଲା ପରିଷଦଙ୍କ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ


ଅନୁଗୁଳ – ଶୁକ୍ରବାର ଦିନ ଜଣେ ହତ୍ୟାକାରୀକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଆଜୀବନ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁସାରେ , ଗତ ୩. ୫. ୨୦୨୨ ଦିନ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ କେନ୍ଦୁପାଟଣା ସାହିର ପୂର୍ବତନ ଜିଲ୍ଲା ପାରିଷଦ ଶିବରାମ ସାହୁ ନିଜ ଘର ବାହାରେ ଥିବା ଚଉରା ମୂଳେ ପୂଜା କରୁଥିବା ବେଳେ କଇଁଫୁଲିଆ ସାହି ର ଦୀପକ ବେହେରା ଏକ ଧାରୁଆ ଅସ୍ତ୍ରରେ ଶିବରାମକୁ ହତ୍ୟା କରି ଫେରାର ହୋଇ ଯାଇଥିଲା । ଏ ନେଇ ସେତେବେଳେ ଶିବରାମଙ୍କ ସ୍ତ୍ରୀ ଗୌରୀ ସାହୁ ନାଲକୋ ନଗର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତିକରି ନାଲକୋ ଥାନା ପୁଲିସ ଦଫା ୩୦୨ ଏବଂ ୩୦୭ ରେ ଏକ ମାମଲା ରୁଜୁ କରି ହତ୍ୟାକାରୀ ଦୀପକ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଆଜି (ଶୁକ୍ରବାର) ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ହୃଷିକେଶ ଆଚାର୍ଯ୍ୟ ଏହି ମାମଲାର ଶୁଣାଣି କରି ୨୫ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ହତ୍ୟାକାରୀ ଦୀପକ ବେହେରାକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ିସିନାଲ ପିପି ତାପସ ରଞ୍ଜନ ମିଶ୍ର ପରିଚାଳନା କରୁଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page