ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡ୍ରଗ୍ସ କବଳରୁ ଯୁବପିଢିଙ୍କୁ ଫେରାଇ ଆଣିବାକୁ ସେ ପ୍ରାଥମିକତା ଦେବେ। ଏହି ନିଷିଦ୍ଧ ନିଶା କାରବାରକୁ ବନ୍ଦ କରିବା ଓ ଚୋରା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯିବ। ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଏଠାରେ ବିଭିନ୍ନ ଅପରାଧ ବଢୁଛି। ଏଥିରେ ରୋକ ଲଗାଇବା ପାଇଁ ଉଦ୍ୟମ ହେବ। ସେହିପରି ସାଇବର ଅପରାଧ କେମିତି କମିବ ସେଥିନେଇ ସଚେତନତା ସୃଷ୍ଟି କରାଯିବ। ସମ୍ପତ୍ତି ବିବାଦକୁ ନେଇ ହେଉଥିବା ଅପରାଧ କେମିତି କମିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ନୂଆ ଏସପି କହିଛନ୍ତି।



