ନୂତନ ଟି.ଭି.ଏସ. ଏଣ୍ଟରକ ୧୫୦ ସିସି ସ୍କୁଟରର ଶୁଭ ଉନ୍ମୋଚନ

ଅନୁଗୁଳ – ଟି.ଭି.ଏସ. ମୋଟର କମ୍ପାନୀ ତରଫରୁ ନିର୍ମିତ ନୂତନ ଟି.ଭି.ଏସ. ଏଣ୍ଟରକ ୧୫୦ ସି ସି  ସ୍କୁଟରର ଶୁଭ ଉନ୍ମୋଚନ ଉତ୍ସବ, କମ୍ପାନୀର ଅଧିକୃତ ବିକ୍ରେତା ଶ୍ରୀନାରାୟଣୀ ଟି ଭି ଏସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଉତ୍ସବରେ କମ୍ପାନୀର ଓଡିଶା ଏରିଆ ମ୍ୟାନେଜର  ଦୀପକ କୁମାର ମହାପାତ୍ର, ଶ୍ରୀନାରାୟଣୀ ଟି ଭି ଏସ ର ସତ୍ଵାଧିକାରୀ ଅମ୍ବିକା ପ୍ରସାଦ ଭଟ୍ଟ ଓ ରବିନାରାୟଣ ଭଟ୍ଟ କମ୍ପାନୀର ଟେରୀଟରି ମ୍ୟାନେଜର ଶ୍ରୀ ରବିକାନ୍ତ ଆନନ୍ଦ ତଥା ସୋରୁମ ମ୍ୟାନେଜର ଶ୍ରୀ ରାଧାପଦ ମହାନ୍ତି, ସୋରୁମର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ ।  ଶ୍ରୀନାରାୟଣୀ ଟି ଭି ଏସ ର ଗ୍ରାହକ ମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।

ଟି.ଭି.ଏସ. ମୋଟର କମ୍ପାନୀ ତରଫରୁ ନିର୍ମିତ ନୂତନ ଟି.ଭି.ଏସ. ଏଣ୍ଟରକ ୧୫୦ ସି ସି  ସ୍କୁଟର ରେ ଅନେକ ଗୁଡିଏ ବିବିଧତା ରହିଅଛି । ଏହା ଟି.ଭି.ଏସ. କମ୍ପାନୀର ପ୍ରଥମ ୧୫୦ ସି ସି ସ୍କୁଟର ହୋଇଥିବା ବେଳେ ସେଥିରେ ଏଲ ଇ ଡି ପ୍ରୋଜେକଟର ହେଡ଼ ଲ୍ୟାମ୍ପ, ଟି ଏଫ ଟି  ଡିଷ୍ ପ୍ଲେ ଯେଉଁଥିରେ କି ଆଣ୍ଡ୍ରଏଡ଼ ଓ ଆଇ -ଫୋନ କଂପାଟିବିଲିଟି ଅଛି, ସିଙ୍ଗଲ ଚାନେଲ ଏ ବି ଏସ, ୧୦୪ କି ମି ର ସର୍ବାଧିକ ଗତି, ମାତ୍ର ୬ ସେକେଣ୍ଡ ରେ ୦ ରୁ ୬୦ କି ମି ସ୍ପିଡ଼, ଏରୋଡିନାମିକ ଡିଜାଇନ, ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ, ତଥା ଟ୍ରାକସନ କଣ୍ଟ୍ରୋଲ ସିଷ୍ଟମ ରହିଛି । ଏଥିରେ ନାଭିଗସନ ସିଷ୍ଟମ, ମ୍ୟୁଜିକ କଣ୍ଟ୍ରୋଲ, ଆଡ଼ଜଷ୍ଟବୁଲ ବ୍ରେକ ଲିଭର, ଫଲୋ ମି ହେଡ ଲେମ୍ପ, ୨୨ ଲିଟର ଷ୍ଟୋରେଜକ୍ୟାପାସିଟି  ଇତ୍ୟାଦି ରହି ଅଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page