ଅପରାଧ ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ Angul OnlineAugust 12, 2023August 12, 2023 ଅନୁଗୁଳ – ବାହାଘରର ଅଲ୍ପ କେତେଦିନ ହୋଇଛି , ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ । ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା ବ୍ରାଉନସୁଗାର ଭଳି ଧଳା ଜହରର କଳା ବେପାରୀ ସ୍ତ୍ରୀ ଥିଲା ବୋଲି । ବୈବାହିକ ଜୀବନ ଦୁଇ ମାସ ହୋଇଛି କି ନାହିଁ ଝିଅର କଳା କାରନାମାର ଖୁଲାସା ଅନୁଗୁଳ ପୁଲିସ କରିଛି । ସ୍ତ୍ରୀ ଗଲା ଜେଲ୍ ଆଉ ବ୍ରାଉନ୍ସୁଗାର ବେପାର ଉଜାଡ଼ି ଦେଇଗଲା ନୂଆ ସଂସାର । ଗିରଫ ଯୁବତୀଙ୍କ ନାମ ହେଲା ଅପ୍ସନା ଖାତୁନ୍(୨୨) । ବାପଘର ଓ ଶାଶୂଘର ଉଭୟ ବାଲେଶ୍ଵର ଜିଲ୍ଲାରେ । ସୁଚନା ଅନୁସାରେ ଗତ ଜୁନ୍ ମାସରେ ଅନୁଗୁଳ ଟାଉନ ଥାନା ପୁଲିସ ଏକ ବ୍ରାଉନ୍ସୁଗାର ରାକେଟକୁ ଧରିଥିବା ବେଳେ ଏଥିରେ ଅପ୍ସନାଙ୍କ ଲିଙ୍କ୍ ପଦାକୁ ଆସିଥିଲା । ଅନୁଗୁଳ ସହର ଶୁଖୁଆ ସାହିର ଫିରୋଜ ବେଗ, ସରିଫ ବେଗ ଓ ସତ୍ୟରଂଜନ ସାହୁ କୁମଣ୍ଡର ଦିବ୍ୟ ରଞ୍ଜନ ପ୍ରଧାନଙ୍କ ପାଖରୁ ବ୍ରାଉନ୍ସୁଗାର ଆଣି ଏକ ମୋଟରସାଇକେଲରେ ଆସୁଥିବାବେଳେ ପୁଲିସ ଚଢ଼ଉ କରି ୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା । ଘଟଣାରେ ମୋଟ୍ ୪ ଜଣ ଗିରଫ ହୋଇଥିବା ବେଳେ ଜଳେଶ୍ଵରର ଏହି ଯୁବତୀ ଜଣକ ବି ସାମିଲ୍ ଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା । ପୁଲିସ ଚଢ଼ଉ କରି ଜଳେଶ୍ବରରୁ ତାଙ୍କୁ ଗିରଫ କରିଛି । Advertisement
ମୃତ୍ୟୁ ଯାଏଁ ଅନାମକୁ କାରାଦଣ୍ଡ ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ…
୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ…
ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଅକ୍ଷୟ କୁମାର ମହାପାତ୍ରଙ୍କ ଘରେ ଚୋରି କରିବାକୁ ଜଣେ…