ଆଞ୍ଚଳିକ ଲାଗୁ ହେଲା ନାଇଟ କର୍ଫ୍ୟୁ – ଅମାନିଆଙ୍କ ଉପରେ ପୁଲିସର କଡା ନଜର Angul OnlineApril 17, 2021April 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏଥିପାଇଁ କର୍ଫ୍ୟୁ ଘୋଷିତ ଅଞ୍ଚଳ ଗୁଡିକରେ ଆଜି ୯ଟାରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଏହି କର୍ଫ୍ୟୁ ବେଳେ ଡାକ୍ତରଖାନା , ପ୍ରଶାସନିକ କର୍ମଚାରୀ , ଔଷଧ ଦୋକାନ ଅନ୍ୟ ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଛି । ତେବେ ଅନୁଗୁଳ ସହରରେ କର୍ଫ୍ୟୁ କଡାକଡି କରା ଯାଇଛି । ଏଥିପାଇଁ ଅନୁଗୁଳ ଉପଜିଲ୍ଲାପାଳଙ୍କ ସମେତ ପୁଲିସ ଟିମ ସହରରେ ବୁଲି ବୁଲି ରାତ୍ରୀ କାଳୀନ କର୍ଫ୍ୟୁରେ ପରିସ୍ଥିତି ତଦାରଖ କରିଛନ୍ତି । ଯେଉଁମାନେ ବିନା କାମରେ କଟକଣାକୁ ବେଖାତିର କରି ବାହାରେ ବୁଲୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମାଇକ ସାହାଯ୍ୟରେ ଲୋକଙ୍କୁ ସଚେତନ ମଧ୍ୟ କରା ଯାଉଛି । https://angulonline.com/odia/wp-content/uploads/2021/04/WhatsApp-Video-2021-04-17-at-21.08.21.mp4 Advertisement
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…
ଆଖୁ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର…
ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି…