ସମସ୍ୟା ଏନଏସିକୁ ଅମଙ୍ଗ – ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଜଣାଇଲେ ଦାବି Angul OnlineJuly 2, 2021July 2, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାକୁ ଏନଏସି କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରା ଯାଉଥିଲା ସେଥିରେ ବ୍ରେକ ଲାଗିଛି । ସ୍ଥାନୀୟ ଲୋକଙ୍କ ଅମଙ୍ଗ ଯୋଗୁଁ ଛେଣ୍ଡିପଦା ଆଉ ଏନଏସି ହେବ ନାହିଁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଏନଏସିର ମାନ୍ୟତା ଦେବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରା ଯାଇଥିଲା । ଏଥିପାଇଁ ସ୍ଥାନୀୟ ଲୋକଙ୍କ ମତାମତ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରା ଯାଇଥିଲା । ତେବେ ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଗ୍ରାମ୍ୟ କମିଟି ଏନଏସି ହେବା ପାଇଁ ଗାଁ ଲୋକ ଅମଙ୍ଗ ଥିବା କଥା କହିଥିବା ବେଳେ ଏନଏସି ହେଲେ ସେମାନଙ୍କୁ ଅଧିକ ପରିମାଣର କରଖଜଣା ଦେବକୁ ପଡିବ । ଏଠିକାର ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇଥିବା ବେଳେ ଏନଏସିର କରଖଜଣା ଦେବାକୁ ଅସମର୍ଥ ହେବେ । ଏଥିପାଇଁ ଛେଣ୍ଡିପଦାକୁ ବର୍ତ୍ତମାନ ଏନଏସି କରା ନ ଯିବାକୁ ସେମାନେ ଦାବି କରି ଅଛନ୍ତି । ଗ୍ରାମବାସୀଙ୍କ ଏଭଳି ଦାବି ପରେ ଛେଣ୍ଡିପଦା ଏନଏସି ହେବାର ଆଶା ଏକ ପ୍ରକାର ମଉଳି ଯାଇଛି । Advertisement
ବ୍ରେଡ୍ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଲାଭକଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା ଅନୁଗୁଳ – ଜିଲାର ବିଭିନ୍ନ ହୋଟେଲ, ଚା…
ଆର.ଟି.ଓ ନିଯୁକ୍ତି ଦାବୀ ଅନୁଗୁଳ – ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଆଞ୍ଚଳିକ ପରିବହନ…
ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ମନ୍ଦିର ପରିସରରେ ରବିବାର ଖଣି ପାଇଁ ପ୍ରଭାବିତ ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ଏକ…