ଅନୁଗୁଳ – ଶୁକ୍ରବାର ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଅନୁଗୁଳ ତୁରଙ୍ଗର ପ୍ରିୟାଂଶୁ ପାଳ ଓଡିଶା ଟପ୍ପର ହୋଇଥିବା ଜଣାପଡିଛି । ପ୍ରିୟାଂଶୁ ପାଳ ଏକ୍ସ ଆର୍ମି ( ସୁବେଦାର ମେଜର) ସନ୍ତୋଷ କୁମାର ପାଳଙ୍କର ଦୁଇ ଭଉଣୀରେ ଏକ ମାତ୍ର ପୁତ୍ର । ଯେ କି କେନ୍ଦ୍ରୀୟ ବିଦ୍ୟାଳୟରେ ନିଜର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ବେଳେ କେନ୍ଦୁଝର ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ମାଇନିଂରେ ବିଟେକ ଶିକ୍ଷା କରିଥିଲେ । ଉଚ୍ଚଶିକ୍ଷା ପରେ ପ୍ରିୟାଂଶୁ ବେଦାନ୍ତ ଓ ପରେ ଡେଲାୟଟରେ ଚାକିରୀ କରିଥିଲେ । ଚାକିରୀ ସମୟରେ ପୂର୍ବରୁ ତିନିଥର ୟୁପିଏସସି ପରୀକ୍ଷା ଦେଇଥିଲେ ।

ଚଳିତ ବର୍ଷ ଚତୁର୍ଥ ଥରରେ ସେ କୃତକାର୍ଯ୍ୟ ହୋଇଥିବା ବେଳେ ଓଡିଶା ପ୍ରଶାସନିକ ସେବା(ଓସିଏସ) ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇ ଓଡିଶା ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଯାହାକୁ ନେଇ ସେ ନିଜେ ବେଶ ଖୁସି ଥିବା ବେଳେ ତାଙ୍କ ପରିବାର ମଧ୍ୟ ବେଶ ଖୁସି ଅଛନ୍ତି। ତାଙ୍କର ଏହି ସଫଳତା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟିଛି । ତାଙ୍କ ଦୁଇ ଭଉଣୀ ମଧ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିବା ବେଳେ ଜଣେ ଛତିଶଗଡ଼ରେ ଚାକିରୀ କରୁଛନ୍ତି । ଅନ୍ୟ ଜଣେ ଭଉଣୀ ଏବେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂ ପିରିଅଡରେ ଅଛନ୍ତି । ପ୍ରିୟାଂଶୁ ମାଇନିଂରେ ନିଜର ଉଚ୍ଚ ଶିକ୍ଷା ସଂପୂର୍ଣ୍ଣ କରିଥିବା ବେଳେ ଓଡିଶାରେ ଇଣ୍ଡଷ୍ଟ୍ରୀୟଲ ଡେଭଲପମେଣ୍ଟରେ ସେ କାର୍ଯ୍ୟ କରିବା ପାଇଁ ଆଗ୍ରହ ରଖିଛନ୍ତି। ଏଥି ସହ ଗ୍ରାମାଞ୍ଚଳର ବିକାଶ ଏବଂ ଓଡ଼ିଶାରେ ଯୁବପିଢ଼ିଙ୍କ ନିଯୁକ୍ତି ବା କର୍ମନିଯୁକ୍ତି ଦିଗରେ ସେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଉ ପ୍ରଶ୍ୱାସନିକ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କ ପ୍ରଥମ ଦରମା ଟଙ୍କାରେ ମା-ବାପାଙ୍କୁ ଜଗନ୍ନାଥ ଦର୍ଶନ କରାଇ ନେବେ ବୋଲି କହିଛନ୍ତି ।