ଅପରାଧ ଗଞ୍ଜେଇ ସହିତ ଟ୍ରାକ୍ଟର ଜବତ ଜଣେ ଗିରଫ Angul OnlineNovember 6, 2021November 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ଓ ଏଏସଆଇ ଅରୁଣ ବେହେରା ନୂଆଗାଁ ଗ୍ରାମ ପଞ୍ଚାୟତର ଭାଲୁବୋଲ ଅଞ୍ଚଳରେ ଗଞ୍ଜେଇ ପ୍ୟାକିଙ୍ଗ କରାଯାଇ ଟ୍ରାକ୍ଟରରେ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲେ । ପୁଲିସ ଭାଲୁବୋଲ ଗ୍ରାମର କାଳିଆ ନାଏକଙ୍କ ଘରେ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଜବତ କରିବା ପରେ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମୋଟରସାଇକେଲକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ କାଳିଆ ନାଏକକୁ ଗିରଫ କରିଛି । ଏ ନେଇ ଛେଣ୍ଡିପଦା ଥାନାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି । ଖବର ଲେଖା ହେବା ଯାଏ ଗଞ୍ଜଇ ଓଜନ ହୋଇପାରି ନଥିବାରୁ ଓଜନ ପରିମାଣ ଜଣାଇ ପଡିନାହିଁ । Advertisement
୭ ମୋଟରସାଇକେଲ ଚୋର ଗିରଫ – ୬ ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ହେଉଥିବା…
ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ ଅନୁଗୁଳ(ଅନୁଗୁଳ ଅନଲାଇନ୍)-୨୩/୦୯ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଗତ ୧୫ ତାରିଖ ରାତିରେ ହୋଇଥିବା ହତ୍ଯାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ…
ପ୍ରେମ ପାଇଁ ଅପହରଣ ପରେ ହତ୍ଯା – ଜଣେ ଗିରଫ , ତିନି ଫେରାର ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି…