ଡେରେଜାଙ୍ଗ ଡ୍ୟାମ୍ ରେ ବୁଡି ଜଣେ ମୃତ

ଅନୁଗୁଳ – ଅନୁଗୁଳ ସହର ନିକଟରେ ଥିବା ଡେରେଜାଙ୍ଗ ଡ୍ୟାମ୍ ରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କେନ୍ଦ୍ରାପଡା ଅଞ୍ଚଳର ଆରିୟନ଼ ପୁଣ୍ୟଶ୍ଲୋକ ବୋଲି ଜଣା ପଡିଛି ।

ସୂଚନା ଅନୁସାରେ , କେନ୍ଦ୍ରପଡା ଅଞ୍ଚଳର ଆରିୟନ଼ ପୁଣ୍ୟଶ୍ଲୋକ ନାମକ ଜଣେ ଯୁବକ ଅନୁଗୁଳର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଆଜି ଦିନ ୨ ଘଟିକା ବେଳେ ଜଣେ ସାଙ୍ଗ ସହ ଭୋଜି କରିବା ପାଇଁ ଡେରେଜାଙ୍ଗ ଡ୍ୟାମ୍ କୁ ଯାଇଥିଲେ । ଆଉ ଚାରି ଜଣ ସାଙ୍ଗ ଆସିବା ପାଇଁ ଆରିୟନ଼ ଙ୍କ ସହ ଆସିଥିବା ସାଙ୍ଗ ଫୋନ ଯୋଗେ କଥା ହେଉଥିବା ବେଳେ ଆରିୟନ଼ ଗାଧୋଇବା ପାଇଁ ଡ୍ୟାମ୍ ଭିତରକୁ ଯାଇଥିଲେ । ଡ୍ୟାମ୍ ରେ ଗୋଡ଼ ଖସି ଯିବାରୁ ପଥର ସହ ଆରିୟନ଼ଙ୍କ ଶରୀର ମାଡ ହେବାରୁ ପାଣିରେ ଖସି ପଡିଥିଲେ । ଯାହା ଫଳରେ ପାଣିରେ ଆରିୟନ଼ ବୁଡି ଯାଉଥିବା ବେଳେ ନିକଟରେ ଥିବା ସାଙ୍ଗ ଦେଖି ଯିବା ବେଳକୁ ଆରିୟନ଼ ପାଣିରେ ପୁରା ପୁରି ବୁଡି ଯାଇଥିଲେ । ସଙ୍ଗେ ସଙ୍ଗେ ସାଙ୍ଗ ଜଣଙ୍କ ଚିତ୍କାର କରିବାରୁ ନିକଟରେ ଥିବା ଅନ୍ୟ କିଛି ଲୋକ ମାନେ ପହଁଚି ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୁଲିସ ଏବଂ ଅଗ୍ନିଶମ ପହଁଚି ଆରିୟନ଼ ଙ୍କୁ ପାଣି ଭିତରୁ ବାହାର କରିଥିଲେ। ସଙ୍ଗେ ସଙ୍ଗେ ଆରିୟନ଼ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତର ଆରିୟନ଼ଙ୍କୁ ମୃତ ଘୋଷଣା କରିବା ସହ ପରିବାର ଲୋକଙ୍କୁ ଖବର୍ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *