ପୁଣି ଜାତୀୟ ରାଜପଥ ନେଲା ଜୀବନ – କାର ଧକ୍କାରେ ଜଣେ ବୃଦ୍ଧ ମୃତ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ -ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ପୁଣି ନେଲା ଜଣଙ୍କ ଜୀବନ । ଜାତୀୟ ରାଜପଥର ଜେରେଙ୍ଗଦେହୁରୀ ସାହି ଠାରେ କାର ଧକ୍କାରେ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସେହି ଗାଁର ଲୋଚନ ସାହୁ (୬୨) । ଏନେଇ ଘଟଣା ସ୍ଥଳରେ ତୀବ୍ର ଉତେଜନା ଦେଖା ଦେବା ସହିତ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଥିଲା । 

ସୂଚନା ଅନୁସାରେ, ଅନୁଗୁଳ -ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ତୁକୁଡ଼ା ଠାରେ କିଛି ଦିନ ତଳେ ଜଣଙ୍କର ଜୀବନ ଯାଇଥିଲା । ତେବେ ପୁଣି ରବିବାର ଜେରେଙ୍ଗ ଦେହୁରୀ ସାହିର ଲୋଚନ ସାହୁ ବଜାରରୁ କାମ ସାରି ରାସ୍ତା ପାର୍ଶ୍ଵରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ସମ୍ବଲପୁରରୁ ଅନୁଗୁଳ ଆଡ଼କୁ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଲୋଚନ ସାହୁଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେବା ସହିତ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଜରପଡା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରିବା ପରେ ବିଲମ୍ବିତ ରାତିରେ ଯାତାୟାତ ସୌଭାବିକ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page