ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର Angul OnlineJune 6, 2023June 6, 2023 ଅନୁଗୋଳ: – ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି । ମୃତକ ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ ( ୬୫ବର୍ଷ ) ଓ ଆହତ ବ୍ୟକ୍ତି ହେଲେ ସେହି ଗାଁର ନେହେରୁ ସାହୁ (୬୦ବର୍ଷ) । ସୂଚନା ଅନୁଯାୟୀ ଉଭୟ ନିଜ ଘର ପଛ ଆମ୍ବତୋଟାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଚମ୍ପାବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ନେହେରୁ ସାହୁ ଆହତ ହୋଇଥିଲେ । ଗ୍ରାମର ଅନ୍ୟ କିଛି ଲୋକ ହାତୀ ଆକ୍ରମଣ କରିଥିବା ଜାଣିବାକୁ ପାଇବା ପରେ ମୃତ ବୃଦ୍ଧା ଓ ଗୁରୁତର ଆହତ ହୋଇଥିବା ବୃଦ୍ଧଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି । Advertisement
ଓଲଟିଲା ବାଜାପାର୍ଟି ଗାଡି – ୬ ଗୁରୁତର , ୧୨ ଆହତ ଛେଣ୍ଡିପଦା – ଅନୁଗୁଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ଭାରସାମ୍ୟ ହରାଇ ବିବାହ କାର୍ଯ୍ୟକ୍ରମକୁ ଯାଉଥିବା ଏକ ବାଜାପାର୍ଟି ପିକଅପ ଗାଡି…
ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ସୂଚନା ଅନୁସାରେ ଅନୁଗୁଳ ନାଲକୋନଗର ଥାନା ନାଲକୋର ସନ୍ଦୀପ ପ୍ରେବୋଧ କେର୍କେଟା ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ…
ସଂକ୍ରମିତ ସନ୍ଦେହରେ ୫ ଘଣ୍ଟା ପଡି ରହିଲା ଶବ – ସ୍ବେଛାସେବୀ କଲେ ଅନ୍ତିମ ସଂସ୍କାର ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର…