ମୁଖ୍ୟ ଖବର ବଜ୍ରପାତରେ ଜଣେ ମୃତ , ଜଣେ ଗୁରୁତର Angul OnlineSeptember 2, 2023September 2, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ ଗାଁରେ ଆଜି ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ବଡ଼ହିଂସ ଗାଁର ଅଭୟ ବେହେରା (୪୦) ଓ ଆହତ ହେଲେ ଚିଣ୍ଟୁ ବେହେରା (୨୨) ।ଆଜି ଅପରାହ୍ନରେ ବିଲରୁ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରପାତ ଘଟିଥିଲା , ଫଳରେ ଘଟଣାସ୍ଥଳରେ ଅଭୟ ଓ ଚିଣ୍ଟୁ ଅଚେତ ହୋଇପଡିଥିଲେ । ପରେ ଅଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…
ଜେଲରୁ ଛୁ ମାରିଲେ ଦୁଇ କଏଦୀ – ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି…
୧୮ ତାରିଖ ସ୍ୱାଧୀନତା ଦିବସ – ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟତ୍ରୀ ଅନୁଗୁଳ – ୧୮ ତାରିଖ ସ୍ୱାଧୀନତା ଦିବସ । ଏଭଳି ଲେଖି ନିମନ୍ତ୍ରଣ କଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି…