ଅନୁଗୁଳ – ଅଜଣା ଗାଡି ଧକ୍କାରେ ମଉସା ମୃତ ଝିଆରୀ ଗୁରୁତର । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗୋତମରା ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ରିଲାଏନ୍ସ ତେଲ ଟାଙ୍କି ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ ବ୍ୟକ୍ତି ଜଣଙ୍କ ହେଲେ ବଅଁରପାଳ ଥାନା ଜୁରାଗାଡ଼ିଆ ଗ୍ରାମର ୫୦ ବର୍ଷୀୟ ରାଜକିଶୋର ପରିଡା ।
ସୂଚନା ଅନୁସାରେ ରାଜକିଶୋର ପରଜଙ୍ଗ ଥାନା ବସୁଲେଇ ଗାଁରେ ଥିବା ନିଜ ସଡୁଙ୍କ ଘରକୁ ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ପଛରୁ ଧକ୍କା ଦେବା ସହ ରାଜକିଶୋରଙ୍କ ଉପରେ ଚଢି ଯାଇଥିଲା । ଯାହା ଫଳରେ ରାଜକିଶୋରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ବସିଥିବା ତାଙ୍କ ଝିଆରୀ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ଦୂର୍ଘଟଣା ପରେ ସ୍ଥାନୀୟ ଲୋକେ ବଅଁରପାଳ ଥାନାକୁ ଖବର ଦେଇଥିଲେ । ବଅଁରପାଳ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

