ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ -ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର କତଡା ଠାରେ ଟ୍ରକ ପଛରେ ମୋଟରସାଇକେଲ ବାଡେଇ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ କିଶୋରନଗର ଥାନା ଭବର୍ତ୍ତୀପାଲିର ସୁମନ୍ତ ମାହାର ଓ ଗୁରୁତର ମାନେ ହେଲେ ରୋହିତ ମାହାର, ଆକାଶ ମାହାର ଓ ପରଦେଶୀ ମାହାର ।
ସୂଚନା ଅନୁସାରେ ଗୋଟିଏ ମୋଟରସାଇକେଲରେ କିଶୋରନଗର ଅଞ୍ଚଳର ଏହି ୪ ଜଣ ଯୁବକ ଜରପଡା ଆଡ଼କୁ ଆସୁଥିଲେ । କତଡ଼ାଠାରର ରାସ୍ତାରେ ପାଣି ଦେଉଥିବା ଏକ ଟ୍ୟାଙ୍କର ପଛରେ ସେମାନଙ୍କ ମୋଟରସାଇକେଲ ବାଡେଇ ହୋଇ ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ସୁମନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ପୁଲିସ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଦେଇଥିଲେ ।

