ମୁଖ୍ୟ ଖବର ପିକଅପକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineJune 6, 2021June 6, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ମୁକ୍ତାପୁର ଗ୍ରାମ ନିକଟ ଜାତୀୟ ରାଜପଥ-୪୯ ଉପରେ ଏକ ପିକଅପ ଗାଡି କୁ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସ୍ଥାନୀୟ ଫାର୍ମ ସାହିର ଧୁଳିଆ ମୁଖୀ । ସୂଚନା ଅନୁସାରେ ପିକଅପ ଗାଡିଟି କେନ୍ଦୁଝର ଜିଲ୍ଲା ତେଲକୋଇରୁ ପାଲଲହଡାକୁ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ପିକଅପ ଗାଡିକୁ ଧକ୍କା ଦେଇଥିଲା । ପିକଅପର ଡାଲାରେ ବସିଥିବା ଧୁଳିଆ ଗାଡିରୁ ଛିଟିକି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପାଲଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରି ତଦନ୍ତ କରୁଛି । Advertisement
ମୋଟରସାଇକେଲ ଦୁର୍ଘଟଣା ନେଲା ଦୁଇ ସାଙ୍ଗଙ୍କ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଉଳିଗଡ଼ ଗ୍ରାମ ମନୁ ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ହିନ୍ଦୋଳ…
ବାରହା ଆକ୍ରମଣରେ ଛେଳି ଚରାଳି ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି ।…
ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି…