ମୁଖ୍ୟ ଖବର ବ୍ରିଜ ତଳକୁ ପଡି ରୋଷେୟା ମୃତ Angul OnlineJune 14, 2023June 14, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପମ୍ପାସର ନିକଟ ନଳାଖୋଲ ନାଳ ବ୍ରିଜ ତଳକୁ ପଡି ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହିନ୍ଦୋଳ ଅଞ୍ଚଳର ସହଦେଵ ବେହେରା ବୋଲି ଜଣା ପଡ଼ିଛି । ସେ ଗତ ପ୍ରାୟ ୧୦ ବର୍ଷ ହେବ ଅନୁଗୋଳ ବଣିଆବାହାଳରେ ରହି ରୋଷେୟା କାମ କରୁଥିଲେ । ସୂଚନା ଅନୁସାରେ ଆଜି ଶିକ୍ଷାକପଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାହାଘର ଭୋଜି ପମ୍ପାସର ନିକଟରେ ଥିବା ଏକ ଫାର୍ମ ହାଉସରେ ଅନୁଷ୍ଠିତ ହେଉଥିଲା । ସହଦେଵ ସେଠାକୁ ରୋଷେୟା ଭାବେ ଯାଇଥିଲେ । ଭୋଜି ପରେ ସନ୍ଧ୍ୟା ପ୍ରାୟ ୫ ଟା ବେଳେ ସେ ତାଙ୍କ ମୋଟରସାଇକେଲରେ ଘରକୁ ଫେରୁଥିଲେ । ତେବେ ନଳାଖୋଳ ନାଳ ନିକଟରେ ସେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଅଂଶୁଘାତରେ ମୃତ୍ୟୁ ସନ୍ଦେହ ଅନୁଗୋଳ – ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁମୁରିସିଂହା ,…
ପୋଖରୀରୁ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ…
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…