ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଜଣେ ମୃତ Angul OnlineOctober 25, 2021October 25, 2021 ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୁକୁରପେଟା ଧୁବାମଳିହା ଜଙ୍ଗଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସାଇକଲ ଆରୋହିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୁକୁରପେଟା ଗ୍ରାମର ବିଦ ପ୍ରଧାନ । ସେ ଆଜି ଅପରାହ୍ନ ୩ ଟା ସମୟରେ ନିଜଘର କୁକୁରପେଟାରୁ ଏକ ସାଇକେଲରେ ୨୦ ମାଇଲ ଛକକୁ ଆସୁଥିବା ବେଳେ ପଛରୁ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ବିଦ ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା । ପରିବାର ଲୋକେ ପହଞ୍ଚି ବିଦଙ୍କ ମୃ୍ତ୍ୟୁ ହୋଇଥିବା ଦେଖି ଛେଣ୍ତିପଦା ପୁଲିସକୁ ସୂଚନା ଦେଇଥିଲେ । ଛେଣ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ଅବସରପ୍ରାପ୍ତ ଆର୍.ଆଇ.ଙ୍କୁ କାରାଦଣ୍ଡ ଅନୁଗୁଳ – ୨୦୧୦ ମସିହାରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପାଲଲହଡା ଆର୍.ଆଇ. ଭାବେ କାର୍ଯ୍ୟରତ ଥିବା କୁମର ଜେନାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କାରାଦଣ୍ଡାଦେଶ ।…
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର…
ରେଳ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ଜଗିଥିବା ବେଳେ କାବୁ କରିନେଲା ପୁଲିସ – ଦାମିକା ଗାଡି ଜବତ , ଜଣେ ଗିରଫ ଅନୁଗୁଳ – ଦାମୀ ଗାଡ଼ିରେ ଗଞ୍ଜେଇ ରଖି ଟ୍ରେନ୍ ଯୋଗେ ବାହାରକୁ ଚାଲାଣ କରିବାକୁ ଚାହିଁ ରହି ଥିବା ବେଳେ କାବୁ କରିନେଲା ପୁଲିସ । ଆଉ…