ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineApril 13, 2022April 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସାବିତ୍ରୀ ପ୍ରଧାନଙ୍କ ସାନପୁଅ ସଞ୍ଜୟ ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଞ୍ଜୟ ତାଙ୍କ ମାଉସୀ ପୁଅଙ୍କ ସହ ମୋଟରସାଇକେଲରେ କୌଣସି କାମରେ ମାଛକୁଟା ଗାଁକୁ ଯାଇଥିବା ବେଳେ ସେଠାରୁ କାମ ସାରି ନିଜ ଗାଁ ଟାଙ୍ଗିରୀକୁ ଫେରୁଥିଲେ । ତେବେ ବାଗଡିଆ-ଟାଙ୍ଗିରୀ ରାସ୍ତାର ବୁଢାବର ନିକଟରେ ଭାରସାମ୍ୟ ହାରାଇ ତାଙ୍କ ମୋଟରସାଇକେଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୋଟରସାଇକେଲ ପଛରେ ବସିଥିବା ସଞ୍ଜୟ ଗାଡିରୁ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର…
ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ ଅନୁଗୁଳ – ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବୀ, ସମାଜସେବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ ଆଜି…
କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳର ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କର ରବିବାର ଦିନ ୬୦ ବର୍ଷ ବୟସରେ ଚିକିସାଧନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।…