ରାଜନୀତି ସଂଗଠନ ହେଉଛି ଦୁର୍ବଳ – ଦାୟିତ୍ୱ ନେବେ ରଜନୀ !!! Angul OnlineOctober 28, 2023October 28, 2023 ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ସାଧାରଣ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କଲେଣି । ତେବେ ଏହି ସମୟରେ ଅନୁଗୁଳ ଜିଲ୍ଲା ବିଜେଡିକୁ ଘାରିଛି ଦଳୀୟ କନ୍ଦଳ ଓ ଭିନ୍ନ ଭିନ୍ନ ଗୋଷ୍ଠି ଚିନ୍ତା । ଏଭଳି ସ୍ଥିତି ଉପୁଜିଛି ଯେ ସବୁ ନିର୍ବାଚନ ମଣ୍ଡଳୀରେ ସଂଗଠନ ଦ୍ୱର୍ବଳ ସ୍ଥିତି ଆଡକୁ ଯାଉଛି । ନିର୍ବାଚନର ଠିକ ପୂର୍ବରୁ ଦଳରେ ଯେଉଁଭଳି ସାମାନ୍ୟ ଅନ୍ତଃ କନ୍ଦଳ ଲାଗି ରହୁଛି ତାହା ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହୁଛି । ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ତାଙ୍କ ଭୂମିକା ସୁଚାରୁ ରୁପେ ତୁଲାଇ ପାରୁ ନାହାନ୍ତି ବୋଲି ଏଭଳି ସ୍ଥିତି ଉପୁଜିଛି ବୋଲି ଚର୍ଚ୍ଚା ହେଉଛି । ଏପରିସ୍ଥଳେ ଦଳ ଜିଲ୍ଲାର ନେତୃତ୍ୱ ପରିବର୍ତ୍ତନ ପାଇଁ ଚିନ୍ତା କରୁଛି । ଆଉ ପୁଣି ଥରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଉପରେ ଦାୟିତ୍ୱ ଦେଇ ଦଳର ସଂଗଠନ ମଜଭୁତ କରିବାକୁ ଚେଷ୍ଟା କରିପାରେ । ପୂର୍ବରୁ ରଜନୀକାନ୍ତ ଜିଲ୍ଲା ସଭାପତି ଦାୟିତ୍ୱ ନେଇ ଦଳକୁ ସୁସଂଗଠିତ କରିବାରେ ବଡ଼ ଭୂମିକା ତୁଲାଇଥିଲେ । ଏଣୁ ଏଥିପାଇଁ ଦଳ ପୁଣିଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ମୁଖ୍ୟତଃ ଅନୁଗୁଳ ନିର୍ବାଚନ ମଣ୍ଡଳୀ ସହ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ସମ୍ବାଳିବାକୁ ହେଲେ ଜଣେ ବରିଷ୍ଠ ତଥା ଅଭିଜ୍ଞ ବ୍ୟକ୍ତିଙ୍କ ଦଳ ନେତୃତ୍ୱ ଆବଶ୍ୟକତା ଥିବାରୁ ଦଳ ଏଭଳି ଚିନ୍ତା କରୁଛି ବୋଲି ଜଣା ପଡ଼ିଛି । ତେବେ ରଜନୀକାନ୍ତ ସିଂହ ବର୍ତ୍ତମାନ ଉପ ବାଚସ୍ପତି ଥିବା ବେଳେ ଦଳର ଦାୟିତ୍ୱ ନେବାପାଇଁ ଖୁବ ଶୀଘ୍ର ଉପ ବାଚସ୍ପତି ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । Advertisement
ବିଜେପିରେ ଯୋଗ ଦେଲେ ଦୂର୍ଗା ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ…
ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ…
ଲଢ଼ିବେ ଧର୍ମେନ୍ଦ୍ର !!! ଅନୁଗୋଳ – ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଛି । ବର୍ଷ ଶେଷ ବେଳକୁ ହୋଇପାରେ ଏହି ନିର୍ବାଚନ । ଏଥିପାଇଁ ସବୁ ରାଜନୈତିକ ଦଳ ନିଜକୁ…