କଟକଣା ଭାଙ୍ଗି ବିବାହ – ୨୦ ହଜାର ଜୋରିମନା , ଗରିବଙ୍କୁ ବାଣ୍ଟି ଦିଆଗଲା ଖାଦ୍ୟ

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ ଚଢାଉ କରିଥିଲା ବିବାହ ଭୋଜି ବନ୍ଦ କରିବା ସହ କଟକଣାକୁ ଉଲ୍ଲଘଂନ କରିଥିବା ଯୋଗୁଁ ଆୟୋଜକଙ୍କୁ ୨୦ ହଜାର ଟଙ୍କା ଜୋରିମନା କରାଯାଇଥିଲା ସୂଚନା ଅନୁସାରେ ଗୁରୁଜାଙ୍ଗ ଗାଁର ହରିହର ଲେଙ୍କାଙ୍କ ଝିଅର ଆଜି ବିବାହ ଥିବା ବେଳେ ଆଜି ଘର ନିକଟରେ ଏକ ଭୋଜିର ଆୟୋଜନ ହୋଇଥିଲା ଯେଉଁଠି ଶତାଧିକ ଲୋକ ଭୋଜି ଖାଇବାର ବନ୍ଦୋବସ୍ତ କରା ଯାଇଥିଲା । ତେବେ ଏହି ଖବର ପ୍ରଶାସନ ପାଇବା ପରେ  ପୁଲିସ ଓ ପ୍ରଶାସନ ମିଳିତ ଚଢାଉ କରିଥିଲେ । ଆଉ ଏହି ଭୋଜି ନ କରିବାକୁ ତାଗିଦ କରିବା ସହ କୋଭିଡ ନିୟମ ନ ମାନି ଏଭଳି ଭୋଜିର ଆୟୋଜନ କରିଥିବା ଯୋଗୁଁ ୨୦ ହଜାର ଟଙ୍କା ଜୋରିମନା କରା ଯାଇଥିଲା । ଏହା ସହ ସେଠାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ଥାନିୟ ସରପଞ୍ଚଙ୍କ ସହାୟତାରେ ଗରିବ ଲୋକଙ୍କୁ ବାନ୍ତି ଦିଆ ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page