ମୁଖ୍ୟ ଖବର ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ – ୨ ମୃତ , ୫ ରୁ ଅଧିକ ଆହତ Angul OnlineFebruary 24, 2022February 24, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ବ୍ରିଜରେ ବାଡେଇ ହୋଇ ଯାଇଥିଲା । ଫଳରେ ପିକଅପ ଭ୍ୟାନରେ ଯାଉଥିବା ୮ ଜଣରୁ ଅଧିକ ଛିଟିକି ପଡିଥିଲେ । ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣରୁ ଅଧିକ ଗୁରୁତର ଅଛନ୍ତି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ଠାକୁରଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…
ଦୁର୍ଘଟଣାରେ ଡେଲିଭରି ବୟ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଗଡିଆରୁ ନୂଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।…
ବ୍ରାଉନ୍ସୁଗାର ଜବତ ମାମଲାରେ ଅଭିଯୁକ୍ତ ମହିଳାକୁ ୫ ବର୍ଷ ଜେଲ ଅନୁଗୋଳ – ଦେଢ଼ ବର୍ଷ ତଳେ ନାଲ୍କୋ ଥାନା ଇଲାକା ଗିରାଙ୍ଗ ଅଞ୍ଚଳରୁ ଏକ ଟ୍ରାଉନ୍ସୁଗର ଜବତ ମାମଲାର ରାୟ ଶୁକ୍ରବାର ଅତିରିକ୍ତ ସ୍ଵତନ୍ତ୍ର ଜିଲ୍ଲା ଓ…