ମୁଖ୍ୟ ଖବର ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ – ୨ ମୃତ , ୫ ରୁ ଅଧିକ ଆହତ Angul OnlineFebruary 24, 2022February 24, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ବ୍ରିଜରେ ବାଡେଇ ହୋଇ ଯାଇଥିଲା । ଫଳରେ ପିକଅପ ଭ୍ୟାନରେ ଯାଉଥିବା ୮ ଜଣରୁ ଅଧିକ ଛିଟିକି ପଡିଥିଲେ । ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣରୁ ଅଧିକ ଗୁରୁତର ଅଛନ୍ତି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ଠାକୁରଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଗାଁ ନିକଟସ୍ଥ ପୋଖରୀରୁ ଜୈନେକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ କେହି ହତ୍ୟାକରି ପୋଖରୀରେ…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ -୫ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ…
ଗତିଶୀଳ ଆଲୋକ କଣ !!! ଅନୁଗୁଳ – ଆଜି ସନ୍ଧ୍ୟା ସମୟରେ ଓଡ଼ିଶା ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଲୋକମାନଙ୍କ ମନରେ ବିଭିନ୍ନ…