ଅନୁଗୁଳ – ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ ରେ ଗୁଣ୍ଡା ଷ୍ଟାଇଲ୍ରେ ରିଲ୍ କରିବା ମହଙ୍ଗା ପଡ଼ିଛି। ଘଟଣାରେ ଅନୁଗୋଳ ନିଶା ଥାନା ପୁଲିସ ତିନି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ ଗତ ୨୨ ତାରିଖ ରାତି ୯.୦୦ ରୁ ୧୦.୦୦ଟା ମଧ୍ୟରେ ସାନକେରଜାଙ୍ଗରୁ ବଡକେରଜାଙ୍ଗ ଯାଇଥିବା ମୁଖ୍ୟ ରାସ୍ତା ପାଖରେ ଥିବା ସୁନାକେରଜେଙ୍ଗ କ୍ରିକେଟ ପଡ଼ିଆରେ କିଛି ଯୁବକ ଖଣ୍ଡା ଓ ଭୁଜାଲି ଦେଖାଇ କେକ୍ କାଟି ସୁଧାଂଶୁ ନାୟକ ଓ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ଏହା ପରେ ସେମାନେ ଜନଗହଳି ସ୍ଥାନରେ ଖଣ୍ଡା ଘୁରାଇ ଧମକ ଦେବା ସହ ଅଶ୍ଳୀଳ ଭାଷା କହି ରିଲସ କରିଥିଲେ । ରିଲସ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ରୋହିତ ନାୟକ ଓ ମନ୍ମଥ ନାୟକ ଖଣ୍ଡା ଧରିଥିବା ବେଳେ, ରୋହନ ନାୟକ ଧମକପୂର୍ଣ୍ଣ ଡାଇଲଗ ମାରିଥିଲେ । ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ସୁଶାନ୍ତ ନାୟକ, ରୋହନ ନାୟକ, ସୁଧାଂଶୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ଭିଡିଓ କରିଥିବା ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।


