ଅପରାଧ ୯ ଜଣ ଡକାୟତକୁ ଗିରଫ କଲା ପୁଲିସ Angul OnlineMarch 17, 2024March 17, 2024 ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କଙ୍କୁରପାଳ ଗ୍ରାମ ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ବିସ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ୯ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଯୁବକଙ୍କ ମଧ୍ୟରୁ ୨ ଜଣ ସେହି ଥାନା ଅଧିନସ୍ତ କଙ୍କୁରପାଳ ଗ୍ରାମର ହୋଇଥିବା ବେଳେ ଅନ୍ୟ ୭ ଜଣ ବିହାର ଅଞ୍ଚଳର ବୋଲି ପୋଲିସ ପ୍ରକାଶ କରିଛି l ଗିରଫ ଯୁବକ ମାନେ ହେଲେ ଛେଣ୍ଡିପଦା ଥାନା କଙ୍କୁରପାଳ ଗ୍ରାମର ବବୁନ କୁମାର ବେହେରା (୩୧), ପପୁନ କୁମାର ବେହେରା (୩୦) ହୋଇଥିବା ବେଳେ ଅନ୍ୟ ୭ଜଣ ଯୁବକ ବିହାର ରାଜ୍ୟର ପରିଛନ ସାନି (30), ଅମନ କୁମାର (୧୯), ବିଜୟ ଉଫ କରିଟେକ (୨୨),ଏମଡି ଅରବାଜ ଅଲ୍ଲୀ (୨୧)ରବୀନ୍ଦ୍ର କୁମାର (୩୪), ଦୀପକ କୁମାର (୨୦)ରାମଶଙ୍କର କୁମାର (୧୯) l ପୁଲିସ ସୁତ୍ରରୁ ପ୍ରକାଶ ଛେଣ୍ତିପଦା ଥାନା ଏସଆଇ ପରମା ନନ୍ଦ ନାୟକ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଛେଣ୍ତିପଦାରୁ କଙ୍କୁରପାଳ ଯାଇଥିବା ରାସ୍ତାରେ ଯାତାୟତ କରୁଥିବା ଯାନବାହାନ ଗୁଡିକରୁ ୯ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଡକାୟତ ଯୋଜନା କରୁଥିବା ଖବର ପାଇଥିଲେ l ପୁଲିସ ସଦଳବେଳେ କଙ୍କୁରପାଳ ଗ୍ରାମ ନିକଟସ୍ଥ ପଡିଆରେ ଚଢ଼ାଉ କରିଥିଲେ l ପୁଲିସକୁ ଦେଖି ସେମାନେ ଦୌଡ଼ି ପଳାଇ ଯାଉଥିବା ବେଳେ ପୁଲିସ ୯ ଜଣ ଯୁବକଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ଖଣ୍ଡା, ତଲୱାର ଜବତ କରିଥିଲା l ଛେଣ୍ଡିପଦା ଥାନା କେସ ନଂ ୧୩୧/୨୪ରେ ମାମଲା ରୁଜୁ କରିବା ସହିତ ପୁଲିସ ଗିରଫ କରି ଥିବା ୯ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଛି l Advertisement
ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।…
କାରରୁ ଗଞ୍ଜେଇ ଜବତ – ୩ ଗିରଫ ଛେଣ୍ତିପଦା – ବୌଦ୍ଧ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଦେଇ ଚୋରା ଗଞ୍ଜେଇ ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଧରିବାକୁ ସଫଳ ହୋଇଛି ଛେଣ୍ତିପଦା…
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା…