ଅପରାଧ ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ Angul OnlineJuly 18, 2024July 18, 2024 ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି। ଅନଗୁଳ ଜିଲାକୁ ବଦଳି ହୋଇ ଆସିଥିବା ବୌଦ୍ଧ ଜିଲାର ଜଣେ ପୁଲିସ ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଛତିଶଗଡ଼ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡିଛି । ସୁଚନା ଅନୁସାରେ, ଅଭିଯୁକ୍ତ ପୁଲିସ ହେଉଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକର ଗଗନ ମେହେର । ଏଏସ୍ଆଇ ଭାବେ ପଦୋନ୍ନତି ପାଇ ତାଲିମ ନେବା ଟ୍ରାଫିକ ଏଏସ୍ଆଇ ଭାବେ ଅନଗୁଳ ଜିଲ୍ଲାରେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି । ସେ ଏକ କାରରେ ୭୦କେଜି ଗଞ୍ଜେଇ ସହ ଛତିଶଗଡ଼ ରାଜ୍ୟକୁ ଯାଉଥିବା ସମୟରେ ଛତିଶଗଡ଼ ପୁଲିସ ଦ୍ବାରା ଗଞ୍ଜେଇ ଓ କାର ଚାଳକ ସହ ଧରା ପଡ଼ିଥିଲେ । କାର ଚାଳକ ହରଭଙ୍ଗା ବ୍ଲକ ସାଲକଟା ଗ୍ରାମର ରବୀନ୍ଦ୍ର ଭୋକ୍ତା ବୋଲି ଜଣାପଡ଼ିଛି । ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ଏଏସ୍ଆଇ ଶ୍ରୀ ମେହେର ଓ ଚାଳକ ଶ୍ରୀ ଭୋକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀ ମେହେର ବୌଦ୍ଧ ଜିଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥୂବା ସମୟରେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ତାଙ୍କ ବିରୋଧରେ ୨ ଥର ମାମଲା ହୋଇଥିଲା । Advertisement
ଜିଲ୍ଲାରେ ବଢୁଛି ଲୁଟପାଟ୍ – ପୁଲିସ ପାଇଁ କଡା ଚ୍ୟାଲେଞ୍ଜ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୮/୦୯ – ଅନୁଗୁଳ ଜିଲ୍ଲା ଏବେ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି । ପୁଲିସ୍ ନିଷ୍କ୍ରିୟତା ଯୋଗୁଁ ଜିଲ୍ଲାରେ…
ଘରେ ନିଆଁ ଲଗାଇ ହତ୍ୟା ଘଟଣା – ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ୨୦୧୬ ମସିହାରେ ପୂର୍ବ ଶତ୍ରୁତାରୁ ଘରେ ଶୋଇଥିବା ବେଳେ ଛବି ନାଏକ ନାମକ ଜଣେ…
ଡାକ୍ତରଙ୍କ ଘରୁ ଟଙ୍କା ଓ ସୁନା ଚୋରି – ରୋଷେୟା ଗିରଫ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗଡ଼ସାହିର ଅବସରପ୍ରାପ୍ତ ଡ଼ାକ୍ତର ଅକ୍ଷୟ କୁମାର ସିଂଙ୍କ ଘରୁ ଟଙ୍କା , ସୁନା ଚୋରି ଘଟଣାର…