ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ସିଆଇଏସ୍ଏଫ୍ ୟୁନିଟ୍ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ କିଛିଦିନ ତଳେ ସାଇବର ଲୁଟେରା ମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଏହି ଲୁଟ ଘଟଣାରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ସାଇବର ଲୁଟେରା ଜଣଙ୍କ ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଜିଲ୍ଲା ପାଣ୍ଡବେଶ୍ୱର ଥାନା ଇଲାକା ଦୁଲରବନ୍ଧ ଗ୍ରାମର ମନିର ମିଆ (୨୬) ।


