ଦୀର୍ଘ ୧୦ ବର୍ଷ ହେଲା ଚାଲିଥିଲା ସେକ୍ସ ରାକେଟ – ଚଢାଉ କଲା ସ୍ପେସିଆଲ ସ୍କ୍ବାର୍ଡ

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ସିପିପି ସ୍ଥିତ ଅସ୍ଥାୟୀ ବସଲା ହଟିଂ ନିକଟରୁ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ । ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ହେବ ଏହି ଘରେ ସେକ୍ସ ରାକେଟ ଚଲାଉଥିବା ପୁଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇ ପାରୁନଥିଲା । ଗତକାଲି ରାତିରେ କିଛି ଯୁବତୀ ଓ ଗରାଖ ଥିବା ଖବର ପାଇ ସ୍ପେସିଆଲ ସ୍କ୍ବାର୍ଡ ଓ ନାଲକୋ ପୁଲିସ ମିଳିତ ଭାବେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେଠାରୁ ୫ ଜଣ ଯୁବତୀ ଉଦ୍ଧାର କରା ଯାଇଥିବା ବେଳେ କୌଶଳକ୍ରମେ ରାଣୀ ମହୁମାଛି ଖସି ଯାଇଥିଲା । ଗିରଫ ମହିଳା ମାନଙ୍କ ମଧ୍ୟରେ ଜଣେ ବଙ୍ଗୀୟ ଯୁବତୀ ଥିବା କୁହା ଯାଉଛି । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ଜଣେ ଗରାଖକୁ ମଧ୍ୟ ଗିରଫ କରାଯାଇଛି । ଏହା ସହ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *