ଆଞ୍ଚଳିକ ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) Angul OnlineDecember 9, 2022December 9, 2022 ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଆଇଜି (ଟ୍ରେନିଂ) ଏସ୍. ସାଇନି ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ପୁଲିସ ପ୍ରଶିକ୍ଷଣର ଅନ୍ତୁଡ଼ିଶାଳ କୁହାଯାଉଥିବା ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ଶେଷ ଥର ପାଇଁ ୨୦୦୫ରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ତେବେ ମଝିରେ କନଷ୍ଟେଳରୁ ପଦନ୍ନୋତି ପାଇ ଏଏସ୍ଆଇ ହୋଇଥିବା ଅଧିକାରୀଙ୍କ ପାସିଂ ଆଉଟ୍ ପରେଡ୍ ଏଠାରେ କରାଯାଇଥିଲା । ତେବେ ଦୀର୍ଘ ୧୭ ବର୍ଷ ପରେ ଏହି ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ଚଳଚଞ୍ଚଳ ହୋଇପଡ଼ିଛି। ସିଧାସଳଖ ପୁଲିସରେ ଭର୍ତ୍ତି ହୋଇଥିବା ୧୨୬ ଏସ୍ଆଇଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସାରିଥିବାରୁ ସ୍ବତନ୍ତ୍ର ଦୀକ୍ଷାନ୍ତ ସମାରୋହ ଏଠାରେ ଆୟୋଜନ କରାଯାଇ ଥିଲା । ଏଥିରେ ପାସ ଆଉଟ ହୋଇଥିବା ୭୮ ଜଣ ପୁରୁଷ ଓ ୪୮ ସମସ୍ତ ମହିଳା ଏସ ଆଇ ପାସ ଆଉଟ ହୋଇଥିବା ବେଳେ ଏମାନଙ୍କୁ ଖୁବ ଶିଗ୍ର ରାଜ୍ୟର ବିଭିନ୍ନ ଥାନାରେ ନିଯୁକ୍ତି ଦିଆଯିବ । ଏହି ପ୍ରଶିକ୍ଷାର୍ଥୀ ମାନେ ଭଲ ଭାବେ ତାଲିମ ନେଇଥିବା ବେଳେ ଏମାନଙ୍କ ମଧ୍ୟରେ ଦକ୍ଷତା ରହିଛି । ରାଜ୍ୟରେ ହେଉଥିବା ବିଭିନ୍ନ ଅପରାଧକୁ ଏମାନେ ରୋକିବାରେ ସଫଳ ହେବେ ବୋଲି ରାଜ୍ୟ ପୁଲିସ ମହାନିର୍ଦେଶକ କହିଛନ୍ତି । https://angulonline.com/odia/wp-content/uploads/2022/12/VID-20221209-WA0001.mp4 Advertisement
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫିଟନେସ ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଫିଟନେସ ଦିବସ ଭାବେ ପାଳନ…
ପୁଣି ଜାତୀୟ ରାଜପଥ ନେଲା ଜୀବନ – କାର ଧକ୍କାରେ ଜଣେ ବୃଦ୍ଧ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ -ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ପୁଣି ନେଲା ଜଣଙ୍କ ଜୀବନ । ଜାତୀୟ ରାଜପଥର…
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା – ଜଣେ ମୃତ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଖେମଳା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା…