ଅନୁଗୁଳ – ଅଫିମ ଚାଷ ଉପରେ ପୋଲିସର ଚଢାଉ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ଜଗନ୍ନାଥପୂର ପଞ୍ଚାୟତ ଟାକରସିଂହା ଗ୍ରାମରେ ଜିଲ୍ଲା ପୁଲିସ ପକ୍ଷରୁ ଚଢାଉ ହୋଇଛି। ଯାହା ଫଳରେ ବହୁଳ ପରିମାଣରେ ଅଫିମ ଚାଷ ହୋଇଥିବା ଗଛ ନଷ୍ଟ କରାଯାଇଛି ।

ଚାଷ କରୁଥିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଗାର ଜଣଙ୍କୁ ଥାନାରେ ଅଟକ ରଖା ଯାଇଛି। ପୁଲିସ ଗ୍ରାମର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଅନୁଗୁଳ ଏସପି ରାହୁଲ ଜୈନଙ୍କ ନେତୃତ୍ୱରେ ଜରପଡା, ପୁରୁଣକୋଟ ଆଇଆଇସିଙ୍କ ସମେତ ଛଅ ଜଣ ଆଇଆଇସି ସହିତ ସ୍ପେସିଆଲ ସ୍କ୍ୱାର୍ଡ ଗୋଟିଏ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି। ଉକ୍ତ ଗ୍ରାମର ବିଭିନ୍ନ ସ୍ଥାନରେ ଲୋକମାନେ ନିଜ ଘର ବାଡ଼ିରେ ଅଫିମ ଚାଷ କରୁଥିବା ପୁଲିସ ଖବର ପାଇ ଏହି ଚଢାଉ କରୁଛି। ବିଳମ୍ବିତ ରାତିରୁ ଏହି ଚଢ଼ାଉ ଜାରି ରହିଛି ।


