ଆଞ୍ଚଳିକ ସାତକୋଶିଆରେ ବନ୍ୟା ପରବର୍ତ୍ତୀ ସାପ ସଚେତନତା କାର୍ଯ୍ୟକ୍ରମ Angul OnlineAugust 22, 2022August 22, 2022 ଅନୁଗୁଳ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା । ବର୍ଷାର ପରିମାଣ କମିବା ପରେ ପରିସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗିଛି । ପାଣି କମିବା ପରେ ସାତକୋଶିଆ ଅଧିବାସୀ ନିଜ ନିଜର ଘର ସଜାଡିବାକୁ ଆରମ୍ଭ କରିଛନ୍ତି । ବନ୍ୟା ପରବର୍ତ୍ତୀ ସମୟରେ ସାଧାରଣତଃ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସହ ସାପକାମୁଡା ଭୟ ଅଧିକା ଥାଏ । ସାପକାମୁଡା ଘଟଣାକୁ ଏଡେଇବା ନେଇ ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ପକ୍ଷରୁ ସାତକୋଶିଆ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବହାରିକ ପଦ୍ଧତି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଅଛି । ଅନେକ ସମୟରେ ସାତକୋଶିଆ ଅଞ୍ଚଳରେ ନାଗ, ଚିତି, ରଣା, ଡାଳୁଆ ବୋଡା ଓ ଅହିରାଜ ଭଳି ବିଷଧର ସାପମାନେ ଜନବସତି ମୁହାଁ ହୋଇଥାନ୍ତି । ବନ୍ୟା ପରବର୍ତ୍ତୀ ସମୟରେ ଏହି ବିଷଧର ମାନେ ଅଧିକ ମାତ୍ରାରେ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ତେଣୁ ଏହି ସମୟରେ ସାପଙ୍କ ପ୍ରତି ପ୍ରାକ ସାବଧାନତା ଓ ସତର୍କତା ରହିବା ଜରୁରୀ ବୋଲି ଅନୁଷ୍ଠାନର ସଦସ୍ୟ ତଥା ସର୍ପମିତ୍ର ଆଦିତ୍ୟ ବେହେରା ସାତକୋଶିଆବାସୀଙ୍କୁ ସଚେତନ କରାଇଛନ୍ତି । ପାଣି ଛାଡିବା ପରେ ଘରକୁ ସତର୍କତାର ସହ ପରିସ୍କାର କରିବା ଏବଂ ସର୍ପ ଦଂଶନର ଶୀକାର ହେଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି । ଘର ଚାରିପାଖରେ ବ୍ଲିଚିଙ୍ଗ ପାଉଡର ଓ କଳା ଫିନାଇଲ ପାଣି ଛିଞ୍ଚିବାର ଉପାୟ ବ୍ୟବହାରିକ ପଦ୍ଧତି ମାଧ୍ୟମରେ ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଛି । ଏହି ବନ୍ୟା ପରବର୍ତ୍ତୀ ସାପ ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ବେହେରାଙ୍କ ସମେତ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧା, ସର୍ପ ଉଦ୍ଧାରକାରୀ ପିଣ୍ଟୁ ବେହେରା, ସଞ୍ଜୟ ବେହେରା, ବିଜୁ ଭୋଇ ଓ ଅଭୟ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । Advertisement
ଦୁଇ ଗଛ ଫାଙ୍କରେ ଫସି ଆହତ ମାଇ ହାତୀ ଚିକିତ୍ସା ପାଇଁ କପିଳାସ ଗଲା ଅନୁଗୋଳ – ଆହତ ମାଈ ହାତୀକୁ ଚିକିତ୍ସା ପାଇଁ କପିଳାସ ନିଆଗଲା । ସେଠାରେ ତାର ଚିକିତ୍ସା କରାଯିବ । ସୂଚନା ଅନୁସାରେ ଗତ ମେ ମାସ…
ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି ଅନୁଗୁଳ – ବିଶ୍ବ ହିନ୍ଦୁ ପରିଷଦ , ଓଡିଶା ତରଫରୁ ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଗତ ୦୯…
ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ ଅନୁଗୁଳ – ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବୀ, ସମାଜସେବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ ଆଜି…