ବାଣିଜ୍ୟ ଅନୁଗୁଳରେ ଆରମ୍ଭ ହେବ ପ୍ରଗତି କ୍ୟାବ ସେବା Angul OnlineDecember 13, 2022December 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଗତି କ୍ୟାବ ସେବା ଆରମ୍ଭ ହେବାକୁ ଯାଉଛି । କମ୍ ଖର୍ଚ୍ଚ , ସହଜ , ସୁରକ୍ଷିତ ଓ ସରଳ ଯାତାୟାତ ନିମନ୍ତେ ଅନୁଗୁଳରେ ପ୍ରଗତୀ କେବ୍ ସର୍ଭିସ କାର୍ଯ୍ୟ କରିବ । ଓଡ଼ିଶାର ବଡ ବଡ ସହର ଗୁଡିକରେ ବିଶେଷ କରି ଭୁବନେଶ୍ୱର ଓ କଟକରେ ଏ ସୁବିଧା ଉପଲବ୍ଧ ରହିଥିବା ବେଳେ ଅନ୍ୟ ଜିଲ୍ଲା ବା ଛୋଟ ସହର ଓ ଗ୍ରାମାଞ୍ଚଳରେ ଏହି ସୁବିଧା ନଥିବା କାରଣରୁ ଏହାର ସୁବିଧା ସୁଯୋଗ ନେବା ନିମନ୍ତେ ବର୍ତ୍ତମାନ ଅନୁଗୁଳରେ ଆରମ୍ଭ ହେବାକୁ ଯାଉଛି କେବ୍ ସର୍ଭିସ୍ । ଯାହାକି ଆନୁଷ୍ଠାନିକ ଭାବେ ଆଜି ସୁସୁଡା ସ୍ଥିତ କଲ୍ୟାଣ ମଣ୍ଡପରେ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅନୁଗୁଳର ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ , ବରିଷ୍ଠ ବିଜେପି ନେତା ପ୍ରତାପ ପ୍ରଧାନ , ଗଣେଶ ଟେଣ୍ଟ ହାଉସର ମୁଖ୍ୟ ଗଣେଶ୍ବର ମିଶ୍ର , ପ୍ରଗତୀ କେବ୍ ସର୍ଭିସ୍ ରାଷ୍ଟ୍ରୀୟ ସିଇଓ ରାଧାକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯେ କୌଣସି ଯାଗାରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଏହି କେବ୍ ସର୍ଭିସ୍ ସେବା ପାଇ ପାରିବେ ବୋଲି ଅନୁଗୁଳ ପ୍ରଗତୀ କେବ୍ ସର୍ଭିସ୍ ମୁଖ୍ୟ ପଙ୍କଜ ମିଶ୍ର ପ୍ରକାଶ କରିଛନ୍ତି । ଏହାର ବ୍ୟବହାର ନିମନ୍ତେ ପଳେ ଷ୍ଟୋରରୁ pragati cab ଆପ୍ ଡାଉନଲୋଡ୍ କରି ସେଥିରୁ ଏହି ସେବାର ସୁଯୋଗ ନେଇପାରିବା ସହିତ 9777066371 , 7008542355 ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ବୁକ୍ କରିପାରିବେ ବୋଲି ପଙ୍କଜ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ପତଞ୍ଜଳି ଯୋଗ ସମିତି ସଭାପତି ଅଭୟ ରାୟ ପରିଚାଳନା କରିଥିବା ବେଳେ ବିଜୟ ମିଶ୍ର ଉପସ୍ଥିତ ଗାଡି ମାଲିକ ଓ ଚାଳକ ମାନଙ୍କୁ କେବ୍ ସମ୍ପର୍କରେ ପ୍ରୋଜେକ୍ଟର ସାହାଯ୍ୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ପର୍ଶୁରାମ ଦାଶ ଓ ଉତ୍ତାନୁପାଦ ମହାପାତ୍ର ସହଯୋଗ କରିଥିବା ବେଳେ ଗଣେଶ ଟେଣ୍ଟ ହାଉସ୍ ପପ୍ରୋପାଇଟର୍ ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ଟେକ୍ସାସ୍ ୟୁନିଭରସିଟି (ଡଲାସ୍) ଦ୍ବାରା ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ ନୂଆଦିଲ୍ଲୀ – ଶିଳ୍ପ , ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି…
ସାଇନ ୧୦୦ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ ୧୦୦ (Shine 100) ର ଗ୍ରାହକ ସମାବେଶ ହୋଇଯାଇଛି…
ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ବଜାର ପ୍ରବେଶ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟରର ଅଧିକୃତ ବିକ୍ରେତା laxmi Honda ରେ Honda ବହୁ ପ୍ରତିକ୍ଷିତ Honda Dio sports edition ର ବଜାର…