ଖେଳ ଓ ଖେଳାଳି ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ Angul OnlineOctober 21, 2022October 21, 2022 କଟକ – ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ହେବାକୁ ଯାଉଛନ୍ତି ପ୍ରଣବ ପ୍ରକାଶ ଦାସ । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିବାରୁ ପ୍ରଣବ ପ୍ରକାଶ ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ । ଏହା କେବଳ ଘୋଷଣା ହେବାକୁ ବାକି ଅଛି । ସେହିଭଳି ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ପ୍ରଧାନ (ନିଲୁ) ଆପେକ୍ସ କାଉନସିଲ ମେମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ବିରୁଦ୍ଧରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ସେ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇ ସାରିଛି । ଆଉ ଏହା ଜଣା ପଡିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୂଅ ଛୁଟିଛି । Advertisement
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର…
ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ ।…
ଓଡିଶା କ୍ରିକେଟ ଆନୁକୁଲ୍ୟରେ ଅନୁଗୁଳରେ କ୍ରିକେଟ ଏକାଡେମୀ ଉଦଘାଟିତ ଅନୁଗୁଳ – ଓଡିଶା କ୍ରିକେଟ ଆନୁକୁଲ୍ୟରେ ସ୍ଥାନୀୟ କଦମ ପଡିଆ ଠାରେ ଆଜି (ସୋମବାର) କ୍ରିକେଟ ଏକାଡେମୀ ଉଦ୍ଦଘାଟିତ ହୋଇଯାଇଛି । ଏହି ଉଦ୍ଦଘାଟନୀ ଉତ୍ସବରେ ଅନୁଗୁଳ…