ଅନୁଗୁଳ – ଶ୍ରମିକ ସଙ୍ଘ କରିବାକୁ ଯାଇ ଦୋଛକିରେ ପଡି ଯାଇଛନ୍ତି ଶ୍ରମିକ । ଗୋଟିଏ ପଟେ କାମ କରୁଥିବା ସଂସ୍ଥା ହଇରାଣ କରୁଥିବା ବେଳେ ଲେବର କମିଶନ ସଂଘ କରାଇଦେବାକୁ ଦେଉ ନାହିଁ । ଏଥିପାଇଁ ଆଜି ଶ୍ରମ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଡେଛନ୍ତି ଟାଟା ଷ୍ଟିଲରେ କାମ କରୁଥିବା ଶ୍ରମିକ ।
ସେମାନଙ୍କ କହିବା କଥା ସେମାନେ ଅନେକ ଦିନ ହେଲା ଶ୍ରମିକ ସଂଗଠନ କରିବା ପାଇଁ ଅନେକ ଦିନ ହେଲା ଆବେଦନ କରିଛନ୍ତି । ଏହା ସେମାନଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ଏଥିପାଇଁ ଯାହା କାଗଜ ପତ୍ର ଆବଶ୍ୟକ ତାହା ଶ୍ରମ କାର୍ଯ୍ୟାଳୟରେ ଜମା ଦେଇଛନ୍ତି । ହେଲେ ଦିନ ପରେ ଦିନ ଗଡାଇ ଚାଲିଛି ଶ୍ରମ ବିଭାଗ କାର୍ଯ୍ୟାଳୟ । ଯାହା ଫଳରେ ସେମାନଙ୍କ ସଙ୍ଘ ପାଇଁ ଏ ଅଫିସରୁ ସେ ଅଫିସ ଦୌଡ଼ିବାକୁ ପଡୁଛି । ଅନ୍ୟପଟେ ସଙ୍ଘ ରେଜିଷ୍ଟ୍ରେସନ ହୋଇ ପାରି ନଥିବା ସତ୍ୱେ ସଙ୍ଘ ପାଇଁ କାମ କରୁଥିବା ଯୋଗୁଁ କମ୍ପାନୀ ପକ୍ଷରୁ ମଧ୍ୟ ପ୍ରତାଡନାର ଶିକାର ହେବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଉ ଏଥିପାଇଁ ଶ୍ରମ ବିଭାଗକୁ ଦାୟୀ କରି ଆଜି ଅନୁଗୁଳ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

