ରାଜନୀତି ବିଜେଡିର ବିକ୍ଷୋଭ ଓ ପ୍ରତିବାଦ – ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଦାବିପତ୍ର Angul OnlineFebruary 17, 2023February 17, 2023 ଅନୁଗୋଳ – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଓ ଅରୁଣାଭ ସିଂହଙ୍କ ତତ୍ୱାବଧାନରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଗୋଳ ବ୍ଲକ ଓ ଅନୁଗୋଳ ନଗରର ସକ୍ରିୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ଅନୁଗୋଳ ବ୍ଲକ ଠାରୁ ଏକ ଶୋଭାଯାତ୍ରାରେ ୫୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଳଚେରର ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ ସାମନ୍ତ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ସରପଞ୍ଚ, ସମିତି ସଭ୍ୟ ଓ କାଉନସିଲର ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ଅନୁଗୋଳ ବିଜେଡି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥଙ୍କ ନେତୃତ୍ୱରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ୧୭ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ଯୁବ-ଛାତ୍ର-ମହିଳା ଜନତା ଦଳର ସଦସ୍ୟ ଓ ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ସଭା ଅନୁଷ୍ଠିତ ହୋଇଥିଲା । Advertisement
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…
ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ…
ଛେଣ୍ଡିପଦାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା – ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି…