ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟ ପଡ଼ି ରହିଛି। କାର୍ଯ୍ୟର ଅଗ୍ରଗତି କିଛି ହୋଇ ପାରୁ ନାହିଁ। ଯାହା ଫଳରେ ବ୍ଳକର କିଛି ବିକାଶ ହୋଇ ପାରୁ ନାହିଁ। ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଚାହିଁଲେ ମଧ୍ୟ କିଛି କରି ପାରୁ ନାହାଁନ୍ତି । ପ୍ରଶାସନ ଏବେ କୁଜିନେତାଙ୍କ ହାତବାରିସି ସାଜି କାମ କରୁଛି । ଏଭଳି ଅଭିଯୋଗ ଆଣି କଣିହାଁ ବ୍ଲକର ଲୋକ ପ୍ରତିନିଧି ମାନେ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ସୂଚନା ଅନୁସାରେ, କଣିହାଁ ବ୍ଲକର ଜନପ୍ରତିନିଧି ମାନେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କି ପୂର୍ବ ସରକାରରେ ଆସିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ଏ ପର୍ଯ୍ୟନ୍ତ କରା ଯାଉ ନାହିଁ। ବର୍ତ୍ତମାନ ସରକାରରେ ବର୍ତ୍ତମାନର କାମ କଣିହାଁ ବ୍ଲକର ସମିତି ସଭ୍ୟ/ସଭ୍ୟାଙ୍କୁ ଜଣାଉ ନାହାନ୍ତି। ବିକଶିତ ଗାଁ ବିକଶିତ ଓଡ଼ିଶାର ପ୍ରକଳ୍ପ ମଂଜୁର ହୋଇଥିବା ପଞ୍ଚାୟତ ସମିତିର ୬୦% ବିଧାୟକଙ୍କୁ ୪୦% ହିସାବରେ ସରକାରଙ୍କ ଚିଠି ଆସିଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଫାଇଲ ଖୋଲା ଯାଇ ନାହିଁ। ବର୍ତ୍ତମାନ ସରକାରର ବ୍ଲକ୍ ପ୍ରଶାସନ ହାତ ବାରିସି ସାଜିଛି ବୋଲି ବ୍ଳକର ସମିତି ସଭ୍ୟ/ସଭ୍ୟା କ୍ଷୁବ୍ଧ ହୋଇ ପ୍ରକାଶ ପାଇଛି । ପ୍ରତି ପଞ୍ଚାୟତରେ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟର ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଯଦି ଉପରୋକ୍ତ ଦାବି ଗୁଡ଼ିକ ସାତ ଦିନ ମଧ୍ୟରେ ପୂରଣ ନହୁଏ ତେବେ ବ୍ଲକ୍ ବନ୍ଦ କରିବେ ବୋଲି ଦାବି ପତ୍ରରେ ମାଧ୍ୟମରେ ଚେତାବନୀ ଦେଇଛନ୍ତି ।
ବାଇଟ – ରାମକୃଷ୍ଣା ପ୍ରଧାନ ମ ବ୍ଲକ ଅଧ୍ୟକ୍ଷ ।
ବାଇଟ – ସମିତି ସଭ୍ଯା ।