ରାଜନୀତି ବିଜେପି ଛାଡିଲେ ରବି ପାଣି Angul OnlineApril 5, 2024April 5, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣାଶୁଣା ତଥା ବରିଷ୍ଠ ନେତା ରବି ନାରାୟଣ ପାଣି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ଭାରତୀୟ ଜନତା ପାର୍ଟିର ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦଳରେ ନୈତିକତା ଏବଂ ନୀତିର ଜାଗା ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଦଳରେ ବରିଷ୍ଠ ଏବଂ ସଚ୍ଚୋଟ ଲୋକଙ୍କୁ ଅଣଦେଖା କରା ଯାଉଛି । ଯାହା ଫଳରେ ଦଳରେ ଥାଇ ମଧ୍ୟ ନୀରବ ଦର୍ଶକଙ୍କ ପରି ନିଷ୍କ୍ରିୟ ହେବାକୁ ବାଧ୍ୟ ହେବାକୁ ପଡୁଛି ବୋଲି ସେ ଲେଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ 2019ରେ ରବି ନାରାୟଣ ପାଣି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଦଳରେ ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ କଣଠେଶା କରି ରଖାଯାଇଥିଲା । Advertisement
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆପ୍ ର ବିକ୍ଷୋଭ ଅନୁଗୋଳ – ଆମ୍ ଆଦମୀ ପାର୍ଟି ଅନୁଗୋଳ ଜିଲ୍ଲା ତରଫରୁ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ନେଇ ଆନ୍ଦୋଳନ…
ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ – କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ ସୂଚନା ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅନୁଗୁଳ ଗସ୍ତରେ ଆସିଛନ୍ତି । ଅପରାହ୍ନରେ ସେ ଅନୁଗୁଳ ପହଞ୍ଚି…
ଅଗ୍ନିପଥ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଗୁଳ – କେନ୍ଦ୍ର ସରକାରଙ୍କ ପକ୍ଷରୁ ତରବରିଆ ଭାବେ ଅଗ୍ନିପଥ ଯୋଜନା ଆଳରେ ଭାରତୀୟ ସେନାରେ ଚାରି ବର୍ଷିଆ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରିବା ପାଇଁ…