ମୁଖ୍ୟ ଖବର ବ୍ୟବସାୟୀଙ୍କ ଘରେ GST ଚଢ଼ାଉ Angul OnlineApril 4, 2023April 4, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର କୁମୁଣ୍ଡାର ଟାୟାର ବ୍ୟବସାୟୀଙ୍କ ଘରେ GST ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି । କୁମୁଣ୍ଡା ଗାଁର ବିରଞ୍ଚି ନାରାୟଣ ସାହୁ ଓ ବିଜୟ କୁମାର ବିଶ୍ବାଳ ନାମକ ୨ ଜଣ ବ୍ୟବସାୟୀଙ୍କ BB ଟ୍ରେଡରସ ନାମକ ଏକ ସଂସ୍ଥା ରହିଛି । ଯେଉଁ ସଂସ୍ଥା ବଡ଼ ବଡ଼ ଗାଡିର ଟାୟାର ବିକ୍ରି କରେ । ଉକ୍ତ ସଂସ୍ଥା ଅନଲାଇନରେ GST ରିଟନ ଆପ୍ଲାଇ କରିଥିଲା । ତେବେ ସେଠାରେ GST ବିଭାଗ କିଛି ଜାଗାରେ ମେଳ ଖାଇ ନଥିଲା । ଯାହା ଫଳରେ ଉକ୍ତ ସଂସ୍ଥା GST ଠକେଇ କରୁଥିବା ସନ୍ଦେହ କରି ଏହି ଚଢ଼ାଉ କରାଯାଉଛି । ଉକ୍ତ ସଂସ୍ଥାର ଦୋକାନ ଓ ଉଭୟ ମାଲିକଙ୍କ ଘରେ ଚଢ଼ାଉ ବର୍ତ୍ତମାନ ଜାରି ରହିଛି । କଟକ ଏନଫୋର୍ସଟିମର ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । Advertisement
ସଂକ୍ରମଣ ହାରରେ ଅନୁଗୁଳ ଏକ ନମ୍ବର – ସତର୍କତା ହିଁ ସୁରକ୍ଷା ଦେଇ ପାରିବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହି ଜିଲ୍ଲାର ସଂକ୍ରମଣ ହାର ସଂପ୍ରତି ରାଜ୍ୟରେ ସର୍ବାଧିକ ରହିଛି । ସଂକ୍ରମଣ…
ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବରିଷ୍ଠ କଂଗ୍ରେସ ନେତା କଳାକାର ସାହୁଙ୍କ ପରଲୋକ ହୋଇ ଯାଇଛି । ସେ ଅନେକ ଦିନ ହେଲା ବାର୍ଦ୍ଧକ୍ୟ…
ଡିଭାଇଡ଼ରରେ ପିଟି ହୋଇ ଦୁଇ ମୃତ ଜଣେ ଗୁରୁତର ଅନୁଗୁଳ – ଅନଗୁଳ ଜିଲ୍ଲା ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରୋଡ଼ ମାଙ୍କଡା ବ୍ରିଜ ନିକଟରେ ଏକ ମୋଟରସାଇକେଲ ଭାରସାମ୍ୟ ହରାଇ ଡିଭାଇଡରରେ…