ଆଞ୍ଚଳିକ ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ Angul OnlineMay 30, 2023May 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ତେବେ ଅନୁଗୋଳ ସହର ନିକଟସ୍ଥ କରବେରେଣି ଗାଁ ନିକଟରେ ଯାଇଥିବା ରେଳପଥରେ ଗଛ ଡାଳ ଭାଙ୍ଗି ପଡିବାରୁ ଅନେକ ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ ଗାଁର ହାଡ଼ିବନ୍ଧୁ ପ୍ରଧାନଙ୍କ ଏକ ଶାଗୁଆନ ଗଛ ଏହି ରେଳପଥ ଉପରେ ଭାଙ୍ଗି ପଡିଥିଲା । ସେହି ଡାଳକୁ ରେଳ ବିଭାଗ କର୍ମଚାରୀ ଉଠାଇବାକୁ ଯିବା ବେଳେ ସେ ତାହା କରାଇ ଦେଇ ନଥିଲେ । ତାଙ୍କ ଅଭିଯୋଗ ହେଲା ଯେ ରେଳପଥ ପାଇଁ ତାଙ୍କ ଜାଗା ଯାଇଥିବା ବେଳେ ଏହା ବାବଦକୁ ଯେଉଁ କ୍ଷତିପୂରଣ ରାଶି ମିଳିବା କଥା ତାହା ଆଜିଯାଏ ତାଙ୍କୁ ମିଳି ନାହିଁ । ଏଥିପାଇଁ ସେ ଆଜି ରେଳପଥରେ ଗଛ ପଡିବା ପରେ ଏହାର ସୁଯୋଗ ନେଇ ନିଜ ପ୍ରାପ୍ୟ ଦେବାକୁ ଜିଦ ଧରି ବସିଥିଲେ । ପରେ ରେଳ କର୍ମଚାରୀ ଓ ଆରପିଏଫ କର୍ମଚାରୀ ଆସି ତାଙ୍କୁ ବୁଝାସୁଝା କରିଥିଲେ । ଖୁବଶୀଘ୍ର ତାଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ । ଏହା ପରେ ରେଳପଥରୁ ଗଛ ଉଠାଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । Advertisement
ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ…
ବଦଳିଲେ ବଅଁରପାଳ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନାରୁ ବଦଳି କରା ଯାଇଛି । ତାଙ୍କୁ ଅନୁଗୁଳ ମହିଳା ଓ…
ସ୍ଲିପ୍ ଫର୍ ପିସ୍ କାର୍ଯ୍ୟକ୍ରମ ପାଳିତ ଅନୁଗୁଳ – ୟୁଥ୍ ହଷ୍ଟେଲ ଆସୋସିଏସନ ଅଫ ଇଣ୍ଡିଆ ତାର ସାର ବିଶ୍ବରେ ରହିଥିବା ୪୦୦୦ ହଜାରରୁ ଅଧିକ ଶାଖା ତରଫରୁ “ସ୍ଲିପ୍ ଫର୍ ପିସ୍” କାର୍ଯ୍ୟକ୍ରମ…