ବାଣିଜ୍ୟ ରାଜ୍ କୁମାର ଚେୟାରମ୍ୟାନ ଓ ରାଜେଶ କୁମାର ଧଳ କ୍ୟାଟର ନୂତନ ସଭାପତି Angul OnlineApril 23, 2021April 23, 2021 ଅନୁଗୁଳ – କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସର ଦ୍ଵିତୀୟ ସ୍ଥାପନା ଦିବସ ସ୍ଥାନୀୟ ପଞ୍ଚମହଲାସ୍ଥିତ ହୋଟେଲ ଆସିଆନା ହିଲ୍ ଭିୟୁଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ କୋଭିଡ଼ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କ୍ୟାଟର ନୂତନ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ ନେଇଥିଲେ । ନୂତନ କର୍ମକର୍ତ୍ତାମାନଙ୍କ ମଧ୍ୟରେ ରାଜ୍ କୁମାର ଶୁକ୍ଳାଙ୍କୁ ସଂଘର ଚେୟାରମ୍ୟାନ ଓ ରାଜେଶ କୁମାର ଧଳଙ୍କୁ ସଂଘର ସଭାପତି ଭାବେ ଶପଥ ପାଠ କରିଥିଲେ । ସଂଘର ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି କୈଳାସ ଜିନ୍ଦଲ , ସମ୍ପାଦକ ରୋହିତ ଲିହାଲା , କୋଷାଧକ୍ଷ ସତ୍ୟନାରାୟଣ ମାଣ୍ଡୋଠିଆ , ଉପଦେଷ୍ଟା କମଲ କୁମାର ଅଗ୍ରୱାଲ ଓ ସ୍କ୍ରିନିଂ କମିଟିର ମୁଖ୍ୟ ଆନନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ । ଏଥିସହିତ କ୍ୟାଟରେ ନୂତନ ସଦସ୍ୟମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଚେୟାରମ୍ୟାନ ଜିତେନ୍ଦ୍ର ଗୁପ୍ତା ଓ ଲିଗାଲ ଆଡ଼ଭାଇଜର ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । Advertisement
ପବିତ୍ର ଧନତେରସ ଏବଂ ଦୀପାବଳିରେ ଲକ୍ଷ୍ମୀ ହୋଣ୍ଡା ତରଫରୁ Scratch & Win Offer ଅନୁଗୁଳ – Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ଧନତେରସ ଏବଂ ଦୀପାବଳି ଅବସରରେ scratch &…
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
କିଅନ୍ ଆସିଆନା ଉଦଘାଟିତ ଅନୁଗୁଳ – ଆସିଆନା ଗ୍ରୁପ୍ ଅଫ ହୋଟେଲ୍ସ ଆଣ୍ଡ ରିସର୍ଟସ୍ ପକ୍ଷରୁ ଏକ ନୂଆ ହୋଟେଲ ‘କିଅନ୍ ଆସିଆନା’ ଆଜି ଉଦ୍ଘାଟିତ ହୋଇ ଯାଇଛି। ଆଦର୍ଶ ଗ୍ରୁପ୍…