ଅନୁଗୁଳ – ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ଓ ନଗର/ବ୍ଲକ ସଭାପତିଙ୍କ ନାମ ଅନୁମୋଦିତ କରିଛନ୍ତି । ଏହି କମିଟିରେ ରଶ୍ମିରଞ୍ଜନ ସାହୁଙ୍କୁ ଅନୁଗୁଳ ନଗର କଂଗ୍ରେସ ସଭାପତି ଦାଇତ୍ବ ମଳିଛି ।

ରଶ୍ମି ଛାତ୍ର ରାଜନୀତିରୁ ନିଜର ଭବିଷ୍ୟତ ଆରମ୍ଭ କରିଥିଲେ । ପରେ youth intuc ର ସଂପାଦକ,ଜିଲ୍ଲା ସଧାରଣ ସଂପାଦକ ଦାଇତ୍ବ ତୁଲାଇ ସାରିଛନ୍ତି । ଆଗାମୀ ଦିନରେ ସଂଗଠନର କର୍ଯ୍ୟକ୍ରମକୁ ଆଗକୁ ବଢାଇବା ସହିତ ରାହୁଳ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବା ସହିତ ଯୁବ ନେତୃତ୍ବକୁ ପ୍ରାଧାନ୍ୟ ଦେଇ ଏକ ଦୁର୍ନୀତିମୁକ୍ତ ଅନୁଗୁଳ ପୌରପାଳିକା ଗଠନ କରିବା ପାଇଁ ସାଲିସ ବୀହିନ କାର୍ଯ୍ୟପନ୍ଥା ହାତକୁ ନେବେ ବୋଲି କହିଛନ୍ତି । ଏହି ନୂତନ ଦାଇତ୍ବ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ , ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ପ୍ରଧାନ,ପୂର୍ବତନ ପ୍ରଦେଶ କଂଗ୍ରେସ ସଂପାଦକ ସରୋଜ ପ୍ରଧାନ,ପ୍ରଦେଶ କଂଗ୍ରେସ ଉପ ସଭାପତି ସସ୍ମିତା ବେହେରା କୁ ଧନ୍ୟବାଦ ଜଣାଇଛନ୍ତି ।


