ଆଞ୍ଚଳିକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର Angul OnlineSeptember 28, 2024September 28, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଆଜି ଏକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର କରିଛନ୍ତି ସରପ ମିତ୍ର ଆଦିତ୍ୟ ବେହେରା ଓ ସାଥୀ ବିଜୁ ଭୋଇ, ଚୀନୁ ସାହୁ, ସୌମ୍ୟ ରଂଜନ ସାହୁ । ସୂଚନା ଅନୁସାରେ ଘାଟସାହିରେ ଏକ ବଡ ସାପ କାଠ ଭିତରେ ଥିବା ବନ କର୍ମଚାରୀମାନେ ଖବର ପାଇଥିଲେ । ଏହି ଖବ ପାଇ ସେମାନେ ସରପମିତର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ଓ ସାଥି ଘଟଣା ସ୍ଥଳରେ ପହଞ୍ଚି କାଠ ଭିତରୁ ସାପକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ ଉପସ୍ଥିତିରେ ସାପଟିକୁ ଜଙ୍ଗଲ ଭିତର ସୁରକ୍ଷିତ ସ୍ଥାନରେ ଛାଡି ଦିଆ ଯାଇଥିଲା । Advertisement
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…
ହସପିଟାଲକୁ ଆମ ହସପିଟାଲରେ ଯୋଜନାରେ ସାମିଲ ଦାବି ନେଇ ଆନ୍ଦୋଳନ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ଛେଣ୍ଡିପଦା ଠାରେ ଆନ୍ଦୋଳନ କରାଯାଇଥିଲା । ଯେଉଁଥିରେ ଏହି…