ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି । ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗ ବ୍ୟାଙ୍କ ଭିତରେ ପଶି ଲୁଟ ଉଦ୍ୟମ କରିଛନ୍ତି । ଆଜି ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା ଖୋଲାଥିବା ଓ ଭିତର ପରିସ୍ଥିତି ଦେଖି ଡକାୟତି ହୋଇଥିବାର ଜାଣିବାକୁ ପାଇଥିଲେ । ଖବରପାଇ ବ୍ୟାଙ୍କ ଶାଖା ପରିଚାଳକ ଓ କର୍ମଚାରୀମାନେ ପହଞ୍ଚି ଝରକା ଭାଙ୍ଗି ଭିତରକୁ ପଶି ଥିବା ଦେଖିବାକୁ ପାଇଥିଲେ । ଏନେଇ ବ୍ୟାଙ୍କ ପରିଚାଳକ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି । ଖବର ପାଇ ଖୋଦ ଅନୁଗୁଳ ଏସପି ରାହୁଲ ଜୈନ ପହଁଚି ଘଟଣାର ଅନୁଧ୍ୟାନ କରିଥିଲେ । ଡକାୟତ ମାନେ ବ୍ୟାଙ୍କର ଝରକା ଗ୍ରିଲକୁ ଗ୍ୟାସ କଟର ସାହାଯ୍ୟରେ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କର କୌଣସି ସାଇରନ ବାଜି ନଥିଲା ଯାଫଳରେ ସ୍ଥାନୀୟ ଲୋକେ ମଧ୍ୟ ରାତିରେ ଚୋରୀ ହୋଇଥିବା ବିଷୟରେ ଜାଣି ମଧ୍ୟ ପାରି ନଥିଲେ ।
ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ
