Uncategorized ରାସ୍ତା ମଝିରେ ଯୁବତୀଙ୍କୁ ମାଡମାରି ନିର୍ଧୁମ ଛେଚା ଖାଇଲା ରୋମିଓ Angul OnlineMarch 23, 2021March 23, 2021 ଅନୁଗୁଳ – ରାସ୍ତା ଘାଟ ଜଗିଲେ , ଆଉ ପରେ ମୋବାଇଲରେ ପ୍ରେମ ନିବେଦନ କରି ଫେଲ ମାରିଲେ । ହେଲେ ଯୁବତୀ ଜଣଙ୍କ ଯୁବକଙ୍କ ପ୍ରେମ ଜାଲରେ ପଡିଲେ ନାହିଁ । ଫଳରେ ଯୁବତୀଙ୍କ ପ୍ରତ୍ୟାଖାନକୁ ସହି ନ ପାରି ରାସ୍ତା ମଝିରେ ଯୁବତୀଙ୍କୁ ପାଇ ଟଣା ଓଟରା କଲେ । ଖାଲି ଟଣା ଓଟରା ଯେ କଲେ ତା ନୁହେଁ , ଯୁବତୀଙ୍କୁ ମାଡ ମାରିବାକୁ ମଧ୍ୟ ପଛେଇଲେ ନାହିଁ ରସିକ ଜଣଙ୍କ । ଆଉ ପରେ ଯୁବତୀ ଜଣଙ୍କ ଯୁବକଙ୍କ ଜାଣି ନଥିବା କହିବା ପରେ ସ୍ଥାନୀୟ ଲୋକ ଯୁବକକୁ କାବୁ କରି ନିଧୁମ ଛେଚିଥିଲେ । ଆଜି ଅନୁଗୁଳ ସହର ବିଇଡି ଛକ ଠାରେ ଘଟିଥିବା ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ଅନୁଗୁଳ ସହରର ଜଣେ ଯୁବକ ସହରର ଜଣେ ଯୁବତୀଙ୍କୁ ଏକ ତରଫା ଭଲ ପାଊଥିଲେ । ଆଉ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପାଇଁ ଯୁବତୀଙ୍କ ମୋବାଇଲ ନମ୍ବରରେ ବାରମ୍ବାର ଫୋନ କରିବା ସହ ମେସେଜ କରି ପ୍ରେମ ନିବେଦନ କରି ଆସୁଥିଲେ । କିନ୍ତୁ ଯୁବତୀ ଜଣଙ୍କ ଯୁବକଙ୍କ ପ୍ରେମ ନିବେଦନକୁ ସ୍ଵୀକାର କରି ନଥିଲେ । ଏଥିରେ ନିଜକୁ ଅପମାନିତ ମନେ କରି ଆଉ ପ୍ରତ୍ୟାଖିତ ହୋଇ ଯୁବକ ଜଣକ ମଙ୍ଗଳବାର ଅପରାହ୍ନରେ ଯୁବତୀ ଜଣଙ୍କ ତାଙ୍କ ଜଣେ ସାଙ୍ଗ ସହିତ ସାଇକେଲରେ ବିଇଡି ଛକରେ ଯାଉଥିବା ବେଳେ ସମ୍ପୃକ୍ତ ଯୁବକ ତାଙ୍କୁ ଅଟକାଇ ପ୍ରେମ ନିଦେବନ କରିଥିଲେ । ଯୁବତୀ ଜଣଙ୍କ ମନା କରିବାରୁ ଯୁବକ ଜଣଙ୍କ ରାଗି ଯାଇ ଟଣାଓଟରା କରିଥିଲେ । ଏପରିକି ପିଟାମରା ମଧ୍ୟ କରିଥିଲେ । ଏଭଳି ଘଟଣା ରାସ୍ତା ମଝିରେ ଘଟୁଥିବା ବେଳେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଯୁବତୀ ଜଣଙ୍କ ଲୋକଙ୍କୁ ଦେଖି ସମ୍ପୃକ୍ତ ଯୁବକଙ୍କୁ ସେ ଚିହିଁ ନଥିବା କହିବା ସହ ସାହାଯ୍ୟ ମାଗିଥିଲେ । ଫଳରେ ଉପସ୍ଥିତ ଲୋକ ଯୁବକକୁ କାବୁ କରିନେବା ସହ ନିର୍ଧୁମ ମାଡ ମାରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ତେବେ ଏହି ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । Advertisement
ନବୀନ ଜିନ୍ଦଲଙ୍କ ଜନ୍ମଦିନ, ଫିଟନିସ୍ ଦିବସ ଭାବେ ପାଳିତ ଅନୁଗୁଳ-ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି)ର କର୍ମଚାରୀମାନେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଏକତ୍ରିତ ହୋଇ ଜେଏସପିର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନ ବେଶ ଧୂମଧାମରେ…
ଶୋଇଥିବା ବେଳେ ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କା ମୁଲ୍ୟର ଅଳଙ୍କାର ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗାଁରେ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶି କଳାକନା ବୁଲାଇଥିବା ନେଇ ଥାନାରେ ଅଭିଯୋଗ…
ବ୍ରାଉନସୁଗାର ସହ ମହିଳା ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ଅବକାରୀ ଓ ପୁଲିସର ମୁଣ୍ଡବିନ୍ଧାର କାରଣ ପାଳଟିଥିବା…