ବାଣିଜ୍ୟ ଉତ୍କଳ ବି ୧ ଏବଂ ବି ୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ Angul OnlineAugust 29, 2023August 29, 2023 ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇ, ଆଇଏଏସ୍, ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆଇଏଏସ, ପୋଲିସ ଅଧୀକ୍ଷକ ଶ୍ରୀ ସୁଧାଂଶୁ ସେଖର ମିଶ୍ର, ଆଇପିଏସ, ସବ କଲେକ୍ଟର ଶ୍ରୀ ବରଣ୍ୟେନ୍ଦୁ ମହାନ୍ତି, ଭୂ-ଅର୍ଜନ ଅଧିକାରୀ ଶ୍ରୀମତୀ ଇଶାନୀ ପଣ୍ଡା, ଓଏଏସ, ଓଏଏସ, ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଗସ୍ତି ବେହେରା, ଜିଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଚେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ପ୍ରତିନିଧୀ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ପ୍ରତିନିଧି, ଜେଏସପିର ନିର୍ବାହୀ ନିର୍ଦେଶକ ତଥା ଅନୁଗୁଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା, ଉପ-ସଭାପତି ଶ୍ରୀ ଆଶିଷ ପାଣ୍ଡେ, ଏଭିପି (ଜମି ଅଧିଗ୍ରହଣ ) ଶ୍ରୀ ସୁଜିତ ପ୍ରଧାନ, ପ୍ରେସିଡେଣ୍ଟ ତଥା ଗୃପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଗ୍ରାମର ପ୍ରତିନିଧୀଙ୍କ ଦାବି ଅନୁଯାୟୀ ସେପ୍ଟେମ୍ବର ୧୦ ଏବଂ ୨୦ ତାରିଖରେ ପ୍ରକଳ୍ପ ବିସ୍ଥାପିତ ପରିବାର (ପିଡିଏଫ) ମାନଙ୍କର ସମୀକ୍ଷା ଏବଂ ତାଲିକା ଚୂଡ଼ାନ୍ତ କରିବା ପାଇଁ ଏକ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ପୁନର୍ବାସ ଏବଂ ପୁନଥଇଥାନ (ଆର ଆଣ୍ଡ ଆର) ପ୍ୟାକେଜ୍ ଘୋଷଣା କରିଥିଲେ ଯେଉଁଥିରେ ଘର, ଜମି ଏବଂ ଆଗୁଆ ସ୍ଥାନ ଛାଡିବା ପାଇଁ ୧୫ ଲକ୍ଷ ଟଙ୍କା ଏବଂ ଚାକିରି ବଦଳରେ ୨୦ ଲକ୍ଷ ଟଙ୍କା ରହିଛି । ଏହା ବ୍ୟତୀତ ଏକର ପ୍ରତି ୧୨ ଲକ୍ଷ ଟଙ୍କାର ଏକ୍ସ-ଗ୍ରାସିଆ ମଧ୍ୟ ଘୋଷଣା କରାଯାଇଥିଲା। ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ଏହା ଏପର୍ଯ୍ୟନ୍ତ ସର୍ବୋତ୍ତମ ଆର ଆଣ୍ଡ ଆର ପ୍ୟାକେଜ୍ । ଗ୍ରାମବାସୀମାନେ ଏହାକୁ ଗ୍ରହଣ କରି ଖଣି କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇ ପାରିବ ବୋଲି ସେ କାଢ଼ିଥିଲେ । ଏହି ବୈଠକରେ ଗ୍ରାମବାସୀମାନେ ଏହି ଖଣି ପ୍ରକଳ୍ପକୁ ସମର୍ଥନ କରିଥିଲେ ଏବଂ ଖଣି କାର୍ଯ୍ୟ ଆରମ୍ଭ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ତେବେ କ୍ଷତିପୂରଣ ବାବଦକୁ ଅଧିକ ଅର୍ଥ ଦାବି କରିଥିଲେ । ପ୍ରକଳ୍ପ ପ୍ରଭାବିତ ପରିବାରଗୁଡିକ ବହୁ ସଂଖ୍ୟାରେ ପ୍ରଥମେ କ୍ଷତିପୂରଣ ଉଠାଇ ଏବଂ ପରେ ଏକ୍ସ-ଗ୍ରାସିଆ ନେଇ ଏହି ଖଣି ପ୍ରକଳ୍ପ ନିମନ୍ତେ ଜିଲ୍ଲା ପ୍ରସାଶନ ସେମାନଙ୍କର ସହଯୋଗ କାମନା କରିଥିଲେ । ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ହେବା ସହିତ ସିଏସାର କାର୍ଯ୍ୟକ୍ରମ ଅଧୀନରେ ବହୁ ବିକାଶମୂଳକ ପ୍ରକଳ୍ପ କରାଯାଇ ପାରିବ । Advertisement
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ପବିତ୍ର ଧନତେରସ ଏବଂ ଦୀପାବଳିରେ ଲକ୍ଷ୍ମୀ ହୋଣ୍ଡା ତରଫରୁ Scratch & Win Offer ଅନୁଗୁଳ – Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ଧନତେରସ ଏବଂ ଦୀପାବଳି ଅବସରରେ scratch &…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସର୍ବଭାରତୀୟ ସିଏସ୍ଆର୍ ଉତ୍କର୍ଷ ସମ୍ମାନ adv- ଭୁବନେଶ୍ୱର – କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ବହୁମୁଖୀ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) କୁ ସିଏସଆର ଉତ୍କର୍ଷ ପୁରସ୍କାରରେ ସମ୍ମାନିତ…