ଆଞ୍ଚଳିକ ଜିଲ୍ଲା କାର୍ଯ୍ୟାଳୟର ଉପ-ବିଭାଗ ଅଧିକାରୀଙ୍କ ବିୟୋଗ Angul OnlineDecember 8, 2021December 8, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର ନିର୍ବାଚନ ତଥା ବିବିଧ ଉପ-ବିଭାଗରେ କାର୍ଯ୍ୟରତ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଅନୁଗୁଳସ୍ଥିତ ସରକାରୀ ବାସଭବନରେ ତାଙ୍କ ମରଶରିରକୁ ସମସ୍ତେ ଶେଷ ଦର୍ଶନ କରିଥିଲେ । ସମସ୍ତ ସହ କର୍ମଚାରୀ ଓ ଅନୁଗୁଳ ସହରର ଅଗ୍ରଣୀ ଅନୁଷ୍ଠାନ କଳାକାରର ସମସ୍ତ ସଦସ୍ୟ ଶେଷ ଦର୍ଶନ ପାଇଁ ଉପସ୍ଥିତ ଥିଲେ । ତାଙ୍କର ମରଶରୀର ନିକଟରେ ୨ ଝିଅ ସହିତ ସହଧର୍ମଣୀ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ ସେ ଦକ୍ଷତାର ସହିତ କାର୍ଯ୍ୟ କରିବା ସହ ବିଭିନ୍ନ ସାମାଜିକ ତଥା ନାଟ୍ୟ ଅନୁଷ୍ଠାନ ସହିତ ଜଡିତ ହୋଇ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କର ଉଦ୍ୟମରେ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଦ୍ବାରା ଅନେକ ନାଟକ ମଞ୍ଚସ୍ଥ ହୋଇଛି । ତାଙ୍କର ବିୟୋଗ ପରେ କର୍ମଚାରୀ ମହଲରେ ଏକ ଅପୁରଣୀୟ କ୍ଷତି ଘଟିଲା । ସ୍ଵର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ବାରଣ୍ଡାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଜନୀକାନ୍ତ ସ୍ୱାଇଁ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଡେପୁଟୀ କଲେକ୍ଟର ଶ୍ରୀ ବଇତୁରା ଦିପ୍ , ଏମ୍.ସି.ଏଲର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଶ୍ରୀ ରତନ କୁମାର ଆଚାର୍ଯ୍ୟଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । Advertisement
ଓକିଲ ସଂଘର ନୂତନ କର୍ମକର୍ତା ଚୟନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘର ନୁତନ କର୍ମକର୍ତା ଚୟନ ହୋଇଯାଇଛି । ଆଇନଜୀବୀ ଲକ୍ଷ୍ମୀଧର ପ୍ରଧାନଙ୍କ ଅଧକ୍ଷତାରେ ସୋମବାର ଛେଣ୍ଡିପଦା ବାର ଆସୋସିଏସନ…
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…