ମୁଖ୍ୟ ଖବର ସରପଞ୍ଚଙ୍କୁ ଖାତିର କରୁ ନାହାଁନ୍ତି ଜେ.ଈ. – ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚ Angul OnlineMay 22, 2023May 22, 2023 ଅନୁଗୋଳ – ପଞ୍ଚାୟତରେ ଜେଇ ମନମୁଖୀ କାମ କରୁଛନ୍ତି । ଯାହା ଫଳରେ ଉନ୍ନତିମୁଳକ କାର୍ଯ୍ୟରେ ବାଧା ଉପୁଜିଛି । ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୋଳ ଜିଲ୍ଲା ବସଲା ସରପଞ୍ଚ । ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ କହିବା ଅନୁଯାୟୀ ପଞ୍ଚାୟତ ଦାୟୀତ୍ୱରେ ଥିବା ଜେ.ଇ. ମହେସ୍ୱତା ଦାସ ତାଙ୍କ କଥାକୁ ନ ଶୁଣି ମନ ଇଚ୍ଛା କାମ କରୁଛନ୍ତି । ସରପଞ୍ଚଙ୍କୁ ବେଖାତିର କରିବା ସହ ପଞ୍ଚାୟତର କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ସେ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି ସରପଞ୍ଚ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ କହିବା ଅନୁସାରେ ସେ ,ଜେ.ଇ ମହେଶ୍ବତା ଦାସଙ୍କ ସହିତ ଅନେକ ଥର ଆଲୋଚନା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସେ ସବୁବେଳେ ତାଙ୍କୁ ବେଖାତିର ବ୍ୟବହାର କରିବା ସହ ମୋ ଇଚ୍ଛା ମୁଁ କରିବି ନାହିଁ , ମୋ ଇଚ୍ଛା ହେଲେ କରିବି ବୋଲି କହିଛନ୍ତି । ଅଲଗା ପଞ୍ଚାୟତର କାମ ହେଉଛି ତୁମର ନହେଲେ ମୋର କଣ ଗଲା , ମୋ ଦରମା ବନ୍ଦ ହେବନାହିଁ । ଯଦି ତମର କିଛି କହିବାର ଅଛି ଜିଲ୍ଲାପାଳଙ୍କ ପାଖକୁ ଯାଅ ବୋଲି ସେ କହୁଛନ୍ତି । ଏ ସମ୍ବନ୍ଧରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏଣୁ ପଞ୍ଚାୟତର ଜେଇ ପରିବର୍ତ୍ତନ କରିବାକୁ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଯୁବ ସରପଞ୍ଚଙ୍କ କହିବା କଥା ପଞ୍ଚାୟତବାସୀ ତାଙ୍କ ଉପରେ ଭରସା ଓ ବିଶ୍ୱାସ କରି ଭୋତ ଦେଇଥିଲେ । ତେବେ ଜେ.ଈ.ଙ୍କ ଯୋଗୁଁ ସେ ପଞ୍ଚାୟତବାସୀଙ୍କ ସେବା କରିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି । Advertisement
ନିଖୋଜ ବୃଦ୍ଧ ହାତୀ ଆକ୍ରମଣରେ ମୃତ ଅନୁଗୁଳ – ଅନୁଗୁଳ ବ୍ଲକ ହମାମିରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ବନ ବିଭାଗ ପହଞ୍ଚି…
ଟ୍ରକ ପଛରେ ପିଟିଲା ସ୍କୁଟି – ଚାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋପୀନାଥ ପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡାହୋଇ ଥିବା ଏକ ଟ୍ରକ…
ଜିଅନ୍ତା ଜାଳିଥିଲା , ନିଜେ ଜିଅନ୍ତା ଜଳି ମଲା – ଜନ୍ମ କଲା ମା ଓ ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ଜାଳି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳୀମୁଣ୍ଡା ଗାଁରେ ବିଚ ରାସ୍ତାରେ ଯୁବକକୁ ବାନ୍ଧିଦେଲେ ଆଉ ତାପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ତା…